-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
24-Jun-2023
ଖପ୍ରାଖୋଲ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲାର କୋଣ ଅନୁକୋଣରେ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ନକଳି ଡାକ୍ତର।ବିଶେଷ କରି ଖପ୍ରାଖୋଲ, ତୁରେକେଲା, ବେଲପଡା, ବଙ୍ଗୋମୁଣ୍ଡା,ମୁରିବାହାଲ ବ୍ଳକ ରେ ଏହି ନକଳି ଡାକ୍ତର ଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି।ଲୋକେ ଅଳ୍ପ ମୂଲ୍ୟରେ ଚିକିତ୍ସା ହୋଇ ଧିରେ ଧିରେ ଅତ୍ୟଧିକ ରୋଗାକ୍ରାନ୍ତ ହେବା ପରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହି ବିଷୟରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଏଭଳି ନକଳି ଡାକ୍ତର ସକ୍ରିୟ ହେଉଛନ୍ତି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ନାନ୍ଦୁପଲା ଓ ଭାନପୁର ପଞ୍ଚାୟତ ରୁ ଦୁଇ ଜଣ ନକଳି ଡାକ୍ତର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ।ସୁପ୍ରକାଶ ରାଏ (୨୪)ପିତା.ପ୍ରଣବ ରାଏ ଗାଁ.ବ୍ୟାସପୁର ଥାନା.ଗୋପାଳନଗର ଜିଲ୍ଲା.ନର୍ଥ ୨୪ ପାର୍ଗନସ (ପଶ୍ଚିମ ବଙ୍ଗ) ଗତ କିଛି ବର୍ଷ ହେଲା ଭାନପୁର ପଞ୍ଚାୟତ ଝାଙ୍କରପାଲି ଠାରେ ରହି ଚିକିତ୍ସା କରିଆସୁଥିଲେ। ଏବଂ ପବିତ୍ର ବିଶ୍ବାସ ପିତା.ମଣିକ ବିଶ୍ବାସ ଗାଁ.ସୁଲକା ଦୁର୍ଗାପୁର ଥାନା.ଗୋପାଳନଗର ଜିଲ୍ଲା.ନର୍ଥ ୨୪ (ପାର୍ଗନସ ପଶ୍ଚିମ ବଙ୍ଗ)ସେ ଖପ୍ରାଖୋଲ ଥାନା ନାନ୍ଦୁପଲା ଗାଁ ରେ ଚିକିତ୍ସା କରୁଥିବା ବେଳେ ଉକ୍ତ ଦୁଇ ଜଣ ନକଳି ବୋଲି କେହି ଜଣେ ସମାଜସେବୀ ଟ୍ବିଟ କରି ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ୨୩/୦୬/୨୩ ସୁକ୍ରବାର ଅପରାହ୍ନ ରେ ଦୁଇ ଜଣ ଙ୍କୁ ଉଠାଇ ଆଣି କାଗଜପତ୍ର ଯାଞ୍ଚ ପାଇଁ ପଠାଇଥିଲେ। ଜଣେ ମ୍ୟାଟ୍ରିକ ପାସ୍ କରିଥିବା ବେଳେ ଆଉ ଜଣେ ନକଳି ସାର୍ଟିଫିକେଟ ଦେଖାଇ ଚିକିତ୍ସା କରୁଥିବା ଜଣାପଡିଛି। ଏନେଇ ଖପ୍ରାଖୋଲ ଥାନା କେଶ୍ ୧୨୫/୨୩ ମାମଲା ରୁଜୁ କରି ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି। ଅଞ୍ଚଳ ରେ ଆହୁରି ମଧ୍ୟ ନକଳି ଡାକ୍ତର ଘୁରି ବୁଲୁଥିବା ଶୁଣିବାକୁ ମିଳୁଛି ସେମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ କରିବା ପାଇଁ ବୁଦ୍ଧି ଜୀବି ମହଳରୁ ଦାବି ହେଉଛି।