-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
23-Jun-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା ସରପଞ୍ଚ ସଂଘ ସଭପତି ଗଣନାଥ ସାହୁଙ୍କ ନେତୃତ୍ୱ ରେ ଜିଲ୍ଲା କର୍ମକର୍ତ୍ତା ଓ ସମସ୍ତ ବ୍ଲକ୍ ସରପଞ୍ଚ ସଂଘ ସଭାପତି ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସୌଜନ୍ୟ ମୂଳକ ସାକ୍ଷାତ୍ କରି ଆଲୋଚନା କରି ଥିଲେ। ବିଭିନ୍ନ ବ୍ଲକ୍ ରେ ସ୍ୱଚ୍ଛ ଭାରତ ମିଶନ,ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା,ବାର୍ଦ୍ଧକ୍ୟ ଅସହାୟ ଭତ୍ତା ପ୍ରଦାନ ଓ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ କର୍ମକର୍ତ୍ତା ଜିଲ୍ଲାପାଳ ରାୟ ଙ୍କୁ ଅବଗତ
କରି ଥିଲେ। ଜିଲ୍ଲାପାଳ ଆଗାମୀ ବିଡ଼ିଓ ଙ୍କ ବୈଠକରେ ଆଲୋଚନ କରି ସମାଧାନ କରିବା ପାଇଁ ପ୍ରତିଶ୍ରତି ଦେଇଥିଲେ। ଆଲୋଚନାରେ ଜିଲ୍ଲା ସରପଞ୍ଚ ସଂଘ ସାଧାରଣ ସମ୍ପାଦିକା ଶ୍ରୀୟା କର୍ମୀ, ଉଳୁଣ୍ଡ ବ୍ଲକ ସଭାପତି ଅଶୋକ ପଣ୍ଡା,ବିର ମହାରାଜ ପୁର ବ୍ଲକ୍ ସମ୍ପାଦକ ସୂର୍ଜ କୁମାର ନନ୍ଦ, ବିନିକା ବ୍ଲକ ସଭାପତି ରଜତ କୁମାର ପ ଧାନ, ସନ୍ ପୁର ବ୍ଲକ୍ ସଭାପତି ପ୍ରମୋଦ କୁମାର ଧାରୁଆ, ଡୁଙ୍ଗୁରି ପାଲି ସଭାପତି ମନୋଜ କୁମାର ପୁରୋହିତ ଅଂଶ ଗ୍ରହଣ କରିଥିଲେ।ଜିଲ୍ଳା କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ନୁଆଇଁ ଧନ୍ୟ ବାଦ ଦେଲେ।