-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-Jun-2023
ଟିଟିଲାଗଡ଼(ସନ୍ତୋଷ କୁମାର ନାଏକ ): ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାରଲାଡ଼ ଗ୍ରାମ ର ଉନ୍ଦେର ନଦୀ ବ୍ରିଜ ରେ ଜଣେ ଯୁବକ ଙ୍କ ବାଇକ ରୁ ପଡ଼ି ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦର୍ଲୋ ଗ୍ରାମ ର ଶରତ ରଣା (୨୦) ନାମକ ଜଣେ ଯୁବକ ତାଙ୍କ ବାଇକ ରେ ଦର୍ଲୋ ଗ୍ରାମ ରୁ ଉକ୍ତ ବ୍ରିଜ ଦେଇ ମାରଲାଡ଼ ଗ୍ରାମର ଉକ୍ତ ବ୍ରିଜ ଦେଇ ଦର୍ଲୋ ନିଜ ଗ୍ରାମ ଯିବା
ବେଳେ କୌଣସି କାରଣ ବଶତଃ ବ୍ରିଜ କଡ଼ରେ ଥିବା ଖମ୍ବ ରେ ଗାଡି ଧକା ହୋଇଥିବା ଓ ସେ ଘଟଣା ସ୍ଥଳ ରେ ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁ କୁ ନେଇ ଗ୍ରାମ ରେ ବିଭିନ୍ନ ପ୍ରକାର ଆଲୋଚନା ହେଉ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।