-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
21-Jun-2023
ଟିଟିଲାଗଡ(ସନ୍ତୋଷ କୁମାର ନାଏକ ):ଟିଟିଲାଗଡ ଥାନା ଅନ୍ତର୍ଗତ ବେଲପଦର ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ଏଟିଏମ୍ କାର୍ଡ ଜରିଆରେ ପ୍ରାୟ ଦୁଇ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହଡ଼ପ ବା ଚଞ୍ଚକତା କରି ନେଇ ଯାଇଥିବା ଟିଟିଲାଗଡ ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଯେ,ଟିଟିଲାଗଡ ଥାନା ଅନ୍ତର୍ଗତ ବେଲପଦର ଗ୍ରାମ ର ଗଜରାଜ ପୁଟେଲ ନାମକ ଜଣେ ବ୍ୟକ୍ତି ଙ୍କ ପିତା ରଇବାରୁ ପୁଟେଲ ଉକ୍ତ ଗ୍ରାମ ନିକଟସ୍ଥ ସିରୁଲ୍ ଗ୍ରାମ ରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖା ରେ ତାଙ୍କର ଏକ ଜମାଖାତା ଖୋଲିଥିଲେ ।ଉକ୍ତ ରଇବାରୁ ପୁଟେଲ ଙ୍କ ଅଜାଣତ ରେ ଉକ୍ତ ବ୍ୟାଙ୍କ ଶାଖା ପରିଚାଳକ ତାଙ୍କ ଏ ଟି ଏମ କାର୍ଡ ଜରୀଆରେ ପ୍ରାୟ ଦୁଇ ଲକ୍ଷ ରୁ ଉର୍ଦ୍ଧ ଥିବା ସମସ୍ତ ଟଙ୍କା ଉଠେଇ ନେଇଥିବା ଶ୍ରୀ ପୁଟେଲ ଅଭିଯୋଗ କରିଛନ୍ତି । ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନିଜେ ଏହି ଜମା ଖାତା ଟଙ୍କା ଏହି ଭଳି ଠକେଇ କରିଥିବା ବେଳେ ତାଙ୍କୁ ସେ ନେଇ ପଚାରିଲେ ସେ କିଛି ନ ଜାଣିବା କହିଛନ୍ତି। ଏ ନେଇ ଟିଟିଲାଗଡ ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ଏହି ଭଳି ଚଞ୍ଚକତା କୁ ନେଇ ଉପଯୁକ୍ତ ପଦକ୍ଷେପ ସହ କିଭଳି ସମସ୍ତ ଟଙ୍କା ଫେରି ପାଇବେ ସେ ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି।