-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
20-Jun-2023
ବଲାଙ୍ଗିର,(ପ୍ରେରଣା ଖବର) - ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ଏସୋସିଏସନ ତରଫରୁ ଚାଲିଥିବା ସମର କ୍ୟାମ୍ପ ଆଜି ଉଦ୍ଯାପିତ ହୋଇଯାଇଛି ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ର ସଂପାଦକ ଅସୀମ କୁମାର ଭୋଇଙ୍କ ତତ୍ୱାବଧାନରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଲୋକସଭା ସଦସ୍ୟ ସଂଗୀତା କୁମାରୀ ସିଂଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଟିଭି ବ୍ୟୁରୋ ଚିଫ୍ ମନରଞ୍ଜନ ଯୋଷୀ ଯୋଗ ଦେଇଥିଲେ । ଏ ଅବସରରେ କରାଟେ ଅର୍ଗାନାଇଜେସନର ସଂପାଦକ ଅସୀମ କୁମାର ଭୋଇ ରାଜ୍ୟ ସରକାରଙ୍କ ଠାରୁ ପ୍ରକୃତି ମିତ୍ର ପୁରସ୍କାର ପାଇଥିବାରୁ ତାଙ୍କୁ ଅତିଥିଗଣ ଉପଢୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କରାଟେ ଅର୍ଗାନାଇଜେସନର ନିଜସ୍ୱ ଭିତ୍ତିଭୂମି ପାଇଁ ଜିଲ୍ଲାପାଳଙ୍କ ସଙ୍ଗେ ଯୋଗାଯୋଗ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନ ପାଇଁ ଏକ ଟ୍ରେନିଂ ହଲର ତିଆରି କରାଯିବ ବୋଲି ମୁଖ୍ୟ ଅତିଥି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ଅନୁଷ୍ଠାନ ଆତ୍ମରକ୍ଷା ପ୍ରଶିକ୍ଷଣ ଦେବା ସଙ୍ଗେ ସଙ୍ଗେ ସମାଜ ରକ୍ଷା ସୁରକ୍ଷା ଦେଇ ପାରନ୍ତା ତାହା ହେଲେ ସମଗ୍ର ସମାଜ ଉପକୃତ ହୋଇପାରନ୍ତା ବୋଲି କହିଥିଲେ ଏବଂ ଦଶନ୍ଧୀ ଧରି ଚାଲିଥିବା ଏହି ସଂଗଠନର ନିଜସ୍ୱ ଟେନିଂ ହଲର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରୀୟାଂଶି ଦାଶ ପରିଚାଳନା କରିଥିବା ବେଳେ ପ୍ରକୃତି ମିଶ୍ର ଅସୀମ ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ ।