-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
18-Jun-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଠାରେ ଜିଲ୍ଲାର ପ୍ରଥମ ମହିଳା ସ୍ୱୟଂ ସହାୟକ ସଦସ୍ୟା ଙ୍କ ଦ୍ୱାରା ପରିଚାଳିତ ଧାନ ବିହନ ବିକ୍ରୟ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଧାନ ବିକ୍ରୟ କେନ୍ଦ୍ରକୁ ଶୁଭ ଉଦଘାଟନ କରିଥିଲେ l ଏହି ଧାନ ବିହନ ବିକ୍ରୟ କେନ୍ଦ୍ର ମାଁ ଭୈରବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜଟେସିଂହା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବାକୁ ଥିବା ବେଳେ ଏହି କେନ୍ଦ୍ର ଦ୍ୱାରା ସ୍ଥାନୀୟ କୃଷକ ତଥା ଜନସାଧାରଣ ସହଜ ଓ ସୁଲଭ ମୂଲ୍ୟରେ ଚାହିଦା ମୁତାବକ ଧାନ ବିହନ ସହ ଅନ୍ୟାନ୍ୟ କୃଷି ଉପଯୋଗୀ ବିହନ ପ୍ରଭୁତି ପାଇ ପାରିବେ l ଏହି ଉଦଘାଟନ ଅବସରରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ସହ ଜିଲ୍ଲା ସଂଯୋଜକ ମିଶନଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ, ବିପିଏସିଏ ବିଥିକା ରାଣୀ ମିଶ୍ର, ବି ଏଲ ସି ରମାକାନ୍ତ ହରିପାଲ ମାଁ ଭୈରବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ମିଶନ ଶକ୍ତି କର୍ମକର୍ତ୍ତା, ସ୍ଥାନୀୟ କୃଷକ ଜନସାଧାରଣ ପ୍ରଭୁତି ଉପସ୍ଥିତ ଥିଲେ l