-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
ବିନିକା(ପ୍ରେରଣା ଖବର)-ବିନିକା ବିଜୁ ପଟ୍ଟନାୟକ ମିନି ଷ୍ଟେଡିୟମ ମରାମତି ପାଇଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକ ଆଜି ଷ୍ଟେଡିୟମ ପରିଦର୍ଶନ କରିଥିଲେ । ଷ୍ଟେଡିୟମ ଟି ରକ୍ଷଣାବେକ୍ଷଣ ଅଭାବରୁ ଲଟାବୁଦାରେ ପରପୂର୍ଣ୍ଣ ହୋଇ ପରତ୍ୟକ୍ତ ଅବସ୍ଥାରେ ପଡି ରହିଛି । ଷ୍ଟେଡିୟମ ମରାମତି ପାଇଁ ଏନ୍ଏସି ପକ୍ଷରୁ ୧ଠ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ବର୍ତ୍ତମାନ ଡ୍ରେନ୍ କାମ ଆଗେଇ ଚାଲିଛି । ଏହି ପରିଦର୍ଶନରେ ଅନ୍ୟ ମାନଙ୍କ ମଧ୍ୟରେ ବିନିକା ସ୍ପୋଟସ୍ କ୍ଲବ ସଭାପତି ସୋମନାଥ ମିଶ୍ର, ଗୋପାଳ ରଣା, ବୁଲୁ ବଣିଆ, ହିମାଂଶୁ ଶେଖର ପୁଟେଲ, ପ୍ରଦୀପ ସାହୁ, ସୋମନାଥ ଭୁଏ, ଅନୀଲ ନାଏକ, ଭୁବନେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।