-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
12-Jun-2023
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଂଚାୟତ ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଷାଠିଏ ଘର ଡୁମାଳ ସମାଜର ସାଂଗଠନିକ ଗ୍ରାମ୍ଯ ସଭା ମୁରିବାହାଲ ବ୍ଲକ ସଭାପତି ତଥା ରାଜ୍ଯ ଡୁମାଳ ପରିଷଦର କାର୍ଯ୍ୟକାରିଣୀ ସଦସ୍ଯ ପ୍ରଫୁଲ୍ଲ ବଘାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାହନଗା ରେଳ ଦୁର୍ଘଟଣାର ମ୍ରୁତକଙ୍କ ପାଇଁ ଓ ସମାଜସେବୀ ଗୌରଚନ୍ଦ୍ର କର୍ମୀଙ୍କ ବିୟୋଗରେ ଦୁଇ
ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ସମାଜର ରୀତିନୀତି, ସଂସ୍କାର, ଶିକ୍ଷା, ସ୍ବାସ୍ଥ୍ଯ, ସଂଗଠନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ପରାମର୍ଶଦାତା ପିତାମ୍ବର ବଘାର, ସୁଦାମ ବଘାର, ସଂପାଦକ ଉପେନ୍ଦ୍ର ପଧାନ, ସହ ସଂପାଦକ ଗଜପତି ପଧାନ, କୋଷାଧକ୍ଷ ଦେବରାଜ ପଧାନ, ଦୁର୍ଯ୍ୟୋଧନ ବଘାର, ଦିନବନ୍ଧୁ କମ୍ପ, ରୁଷୁ ମହାକୁର, ସାନ ମହାକୁର, ହର ବଘାର, ଇନ୍ଦ୍ର ମଣି ମହାକୁର, ଦେବରାଜ ମେର୍ଲି, ଗନ୍ଗା ମେର୍ଲି, କୁମର ପାତ୍ର, ବିଜୟ ପାତ୍ର, ରନ୍ଗ ଠା ଟି, ଜୟଦେବ ପଧାନ, କ୍ରୁତିବାସ ଅମାତ, ଶ୍ରୀନିବାସ ଅମାତ, ଲାଲୁ କର୍ମି, ରାମଚନ୍ଦ୍ର ମହାକୁର ସମେତ କୁମ୍ଭାରୀ ଗ୍ରାମ ର ମୁରଲୀ ଖମାରୀ, ରୁଦ୍ର ଖମାରୀ, ଚନ୍ଦ୍ର ଶେଖର ଖମାରୀ, ମନର ପଧାନ, ବୁଦ୍ଧଦେବ ଖେତି, ବୁଠି ମେର୍ଲି, ନିତ୍ଯାନନ୍ଦ ମେର୍ଲି, ହର ଛନ୍ଦ, ଯୁଧିଷ୍ଠିର ପଧାନ, ପ୍ରଦୀପ ଖେତି, ଗଣନାଥ ପଧାନ, ପ୍ରମୋଦ ଖମାରୀ, ପ୍ରକାଶ ଖେତି ପ୍ରମୁଖ ସାମିଲ ଥିଲେ। ଏନେଇ କୁମ୍ଭାରୀ ଗ୍ରାମ ରେ ଏକ ଗ୍ରାମ୍ଯ କମିଟି ଗଠନ କରାଯାଇଥିଲା , ସର୍ବ ସମ୍ମତି କ୍ରମେ ଗ୍ରାମ କମିଟିର ସଭାପତି ବୁଧ୍ଧ ଦେବ ଖେତି,
ସଂପାଦକ ଚନ୍ଦ୍ର ଶେଖର ଖମାରୀ ଓ କୋଷାଧ୍ୟକ୍ଷ ଭାବେ୍ ଯୁଧିଷ୍ଠିର ପଧାନଙ୍କୁ ଚୟନ କରାଯାଇଥିଲା ଏବଂ ସାଂଗଠନିକ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ଏଥିରେ ମୁରିବାହାଲ ଚକର ୧୯ ଟି ଗ୍ରାମର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁମ୍ଭାରୀ ଗ୍ରାମର ରୁଦ୍ର ଖମାରୀ ପରିଚୟ ପ୍ରଦାନ କରି ଥିବା ବେଳେ କାର୍ଯ୍ୟକ୍ରମ କୁ ଦେବରାଜ ପଧାନ ପରିଚାଳନା କରିଥିଲେ। ଶେଷରେ ଗ୍ରାମ୍ଯ କମିଟିର ସଭାପତି ବୁଦ୍ଦ ଦେବ ଖେତି ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରି ଥିଲେ।