-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
22-May-2023
ବଲାଙ୍ଗିର (ଦେବାଶିଷ ବହିଦାର ): ବଲାଙ୍ଗିର ଜିଲ୍ଲାର ବିଭିନ୍ନ୍ ବ୍ଲକ ରେ ଥିବା ଚାଷୀ ମାନଙ୍କୁ ପାରମ୍ପରିକ ବିହନ ପ୍ରଦାନ, ସମସ୍ତ କିଟ୍ ରେ ବିହନ ପରିମାଣ ବୃଦ୍ଧି କରାଯାଉ, ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚି ପାରିବ, ଏ ନେଇ ସରକାର ପଦକ୍ଷେପ ଗ୍ରହଣ କରିବା ଆଦି ଦାବିକୁ ନେଇ ଆଜି ଲୋକଉନ୍ନତି ସଂଗଠନ ତରଫରୁ ସ୍ଥାନୀୟ ଯାଦବ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଲୋକ ଉନ୍ନତି ସଂଗଠନ ର ଅବବାହକ ମମତା ପାଣିଗ୍ରାହୀଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲାର ପ୍ରାୟ ୧୦ଟି ବ୍ଲକରୁ ଚାଷୀ ମାନେ ଆସି ନିଜର ଚାଷଜନିତ ବିଭିନ୍ନ ସମସ୍ୟା ଉତଥାପନ କରିଥିଲେ l ଜିଲ୍ଲାର ପଛୁଆ ଓ ଦଳିତ ବର୍ଗର ଲୋକଙ୍କୁ ବିକାଶ ର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ସରକାରଙ୍କ ଉଦାସୀନତା ମନୋଭାବକୁ ଦୃଢ଼ ନିନ୍ଦା କରାଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ମିଥୁନ ସୁନା, ମାଣିକ ଭୋଇ, ଅନୁମିତା ପ୍ରଧାନ, ସ୍ଵର୍ଣ୍ଣଲତା ନାଏକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସୀନ ଥିଲେ l