-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
22-May-2023
ଆଗଲପୁର, (ବିନୋଦ କୁମାର ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଠାରେ ବୀଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା ତରଫରୁ ରାସ୍ତାରେ ଯାତାୟାତ କରୁଥିବା ଜନ ସାଧାରଣ ଓ ସାପ୍ତାହିକ ବଜାର ରେ ଥିବା ଲୋକଙ୍କ ପାଇଁ ଦହି ସରବତ ବଣ୍ଟନ କରାଯାଇଥିଲା l ଏହି ଦହି ସରବତ ବଣ୍ଟନ କାର୍ଯକ୍ରମ କୁ ସଲେଭଟା ଫାଣ୍ଡି ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମ୍ଭାର ଫିତା କାଟି ଉଦ୍ଘାଟନ କରିଥିଲେ ଓ ତାଙ୍କ ସାଙ୍ଗରେ ଉପସ୍ଥିତ ଥିଲେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଦାସ l ଲୋକମାନେ ଦହି ସରବତ ପାଣି ଗ୍ରହଣ କରି ଖୁସି ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଗଠନ ର ସଭାପତି ଶ୍ରୀ ବୁଦ୍ଧଦେବ ସାହୁ,ସଂଯୋଗ ସାହୁ, ପିଣ୍ଟୁ ଯୋଶୀ,ଗୋବିନ୍ଦ ସାହୁ,ବିଶ୍ଵାମିତ୍ର ସାହୁ,ଭୀମ ସାହୁ,ସୁଶିଲ ବିଶ୍ଵାଳ,ଅଲେଖ ସାହୁ, ବିଟୁ ନାୟକ, ତିଟୁ ନାୟକ,ଦିବ୍ୟ ତ୍ରିପାଠୀ,ଓ ରୀଙ୍କୁ ସାହୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ l ଉକ୍ତ ସରବତ ବଣ୍ଟନ କାର୍ଯ୍ୟକ୍ରମ କୁ ଦେଖି ଜନସାଧାରଣ ଖୁଵ ପ୍ରଶଂସା କରିଥିଲେ l