-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-May-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ପଦମପୁର ଗ୍ରାମରେ ଘଟିଛି ଏକ ଲୋମ ଟାଙ୍କୁରା ଘଟଣା। ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିକୁ ମରଣାତ୍ମକ ଆକ୍ରମଣ ହୋଇଥିବା ଖବର ମିଳିଛି ।
ସୂଚନଯୋଗ୍ୟ ଯେ, ପଦମପୁର ଗ୍ରାମର କୃତୀବାସ ମହାକୁର (୬୨)ଗତକାଲି ରାତିରେ ତାଙ୍କ ଘର ବାହାରେ ଶୋଇଥିବା ସମୟରେ ଉକ୍ତ ଗ୍ରାମର ସୀତାକାନ୍ତ ବଗର୍ତ୍ତି, ପିକୁଲ୍ ବଗର୍ତ୍ତି ଓ ସତ୍ୟ ନାରାୟଣ ବାରିକ ନାମକ ତିନି ଜଣ ଯୁବକ ମାତାଲ୍ ଅବସ୍ଥାରେ ଆସି କୃତୀବାସଙ୍କ ଘରକୁ ଟେକା ପଥର ମାଡ କରିଥିଲେ।
କିଏ ଟେକା ପଥର ମାଡ କରୁଛି ଦେଖିବା ପାଇଁ କୃତୀବାସ ବାହାରକୁ ବାହାରି କି ଦେଖିବା ସମୟରେ ତାଙ୍କ ମୁଣ୍ତରେ ଏକ ପଥର ଖଣ୍ଡ ବାଜି ଥିଲା। ଘଟଣାସ୍ଥଳରେ କୃତୀବାସଙ୍କ ମୁଣ୍ଡ ଫାଟି ଯିବା ସହିତ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଘର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍ କୁ ନେଇ ଆସିଥିଲେ ।ତାଙ୍କର ସ୍ଵlସ୍ଥ୍ଯଅବସ୍ଥା ଏବେ ଗୁରୁତର ଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି l