-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
03-May-2023
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନ ୧୫-୧୬ ରେ ଚାଉଳ ବଣ୍ଟନକୁ ନେଇ ଦେଖାଇଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ଏନେଇ ଗତକାଲି ବିଧାୟକ ଶ୍ରୀ ମିଶ୍ର ହୋଟେଲ ସେଲେବ୍ରେସନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଚାଉଳ ପାଇଁ ଦୁଇଜଣ ବିଜେଡି ଦଳର କାଉନସିଲର ଝଗଡ଼ା କରିବା ଅତ୍ୟନ୍ତ ଲଜ୍ଜାର କଥା ବୋଲି କହିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି । ସେ ଆହୁରି କହିଥିଲେ ଯେ ଚାଉଳ ବଣ୍ଟନ ରେ ନିଶ୍ଚିତ ଭାବରେ ଘୋଟାଲା ହେଉଛି । ନିଜ ସ୍ବାର୍ଥ ପାଇଁ ଦୁଇ କାଉନସିଲର ଲଢ଼ୁଥିବା ବେଳେ କଥା ଏବେ ପାଚେରୀ ଡେଇଁ ସାମ୍ନାକୁ ଆସିଛି । ପୁଙ୍ଖାନୁପୁଙ୍ଖ ଭାବରେ ଏହାର ତଦନ୍ତ କରାଗଲେ ସତ୍ୟ ସାମ୍ନାକୁ ଆସିବ ବୋଲି କହିଥିଲେ । ସେହିଭଳି ବିନା ବଜେଟ ରେ ମ୍ୟୁନିସିପାଲଟି କେମିତି ଚାଲିଛି ବୋଲି ସେ ପ୍ରଶ୍ନ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ କଂଗ୍ରେସ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।