-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
02-May-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସୋନପୁର ମଙ୍ଗଳବାର ସାପ୍ତାହିକ ବଜାରରେ ରେଡ଼କ୍ରସ କର୍ମୀମାନଙ୍କ ଦ୍ଵାରା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ମାର୍ଚ୍ଚ ମାସରେ ସରଧା ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଗରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଛାତ୍ରଙ୍କ ସ୍ମୃତିରେ ସଦର ବ୍ଳକ୍ ଅନ୍ତର୍ଗତ କଲାପର ଗ୍ରାମର ଚନ୍ଦ୍ରିକା ଏଣ୍ଟରପ୍ରାଇଜେସ ଠାରେ ଚନ୍ଦ୍ରିକା ଟ୍ରଷ୍ଟ ସୁବର୍ଣ୍ଣପୁର
ଆନକୁଲ୍ଯରେ ଆସନ୍ତା ତା ୦୪/୦୫/୨୦୨୩ ଗୁରୁବାର ଦିନ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସଚେତନତା କାର୍ଯ୍ୟ କ୍ରମରେ ରେଡକ୍ରସ୍ କର୍ମୀ ରବି ଚନ୍ଦ୍ର ପଶାୟତଙ୍କ ସଂଯୋଜନା ଓ ସଡ଼କ ସୁରକ୍ଷାର ଗୋଲାଡେଣ୍ଟ ଆୱାର ହିରୋ ରାମ ନାରାୟଣ ଦାଶଙ୍କ ପରିଚାଳନା କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସମାଜ ସେବୀ
ଶ୍ରୀବତ୍ସ ମଲ୍ଲିକ , ସାମ୍ବାଦିକ ସନ୍ତୋଷ ମିଶ୍ର , ପିଣ୍ଟୁ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହାପରେ ରେଡକ୍ରସ କର୍ମୀ ଗୋପେଶ ପଣ୍ଡା, ଚନ୍ଦ୍ର ଶେଖର ମହାପାତ୍ର, ପଦ୍ମନାଭ କର୍ଣ୍ଣ, ସୁବାସ ବେହେରା, ଜିତେନ୍ଦ୍ର ସାହୁ ପ୍ରମୁଖ ସାପ୍ତାହିକ ବଜାରକୁ କିଣା ବିକା ପାଇଁ ଆସିଥିବା ଲୋକମାନଙ୍କୁ ସ୍ୱେଛାକୃତ ରକ୍ତ ଦାନ ପାଇଁ ସଚେତନ କଲାପରେ ୪୫ ଜଣ ଏହି ମେଗା ରକ୍ତଦାନରେ ସାମିଲ ହେବାପାଇଁ ସ୍ଵାକ୍ଷର କରି ସହମତି ଜଣାଇ ଥିଲେ ।