-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
01-May-2023
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସ୍ପୋର୍ଟସ କ୍ଲବ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଅନୁଷ୍ଟିତ ତୃତୀୟ ରାଉଣ୍ଡର ଦ୍ଵିତୀୟ ମ୍ୟାଚରେ ପିସିସିକୁ ହରାଇ ସାଗର-୧୧ ବିଜୟୀ ହୋଇଛି । ଟଚ ଜିଣି ପିସିସି ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୬ୱିକେଟ ହରାଇ ୮୬ରନ କରିଥିଲା ତାର ଜବାବରେ ସାଗର-୧୧ ଦଳ ୩ୱିକେଟ ହରାଇ ୬.୩ଓଭରରେ ୮୮ରନ କରି ବିଜୟୀ ହୋଇଥିଲା। ମ୍ୟାଚକୁ ବାବୁଲାଲ ସାହୁ ଓ ସବ୍ୟସାଚୀ ମିଶ୍ର ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ହାଡୁ ବଢେଇ,ଶ୍ରୀତମ ଦାସ ଏବଂ ମ୍ୟାଚର ଧାରାବିବରଣୀ ବୈରାଗୀ ପ୍ରଧାନ ଦେଇଥିଲେ ।ସ୍ପୋର୍ଟସ କ୍ଲବ କାର୍ଯ୍ୟକାରୀ କମିଟି ସଦସ୍ୟ ସୃଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସନ୍ତୋଷିନୀ ମନ୍ଦିର ପ୍ରତିଷ୍ଠାତା ତଥା ସନ୍ତୋଷିନୀ ମୋବାଇଲ ସୋ ରୁମ ପ୍ରୋପାଇଟର ସନ୍ତୋଷ କୁମାର ଅଗ୍ରୱାଲ,ସ୍ଵତନ୍ତ୍ର ଅତିଥି ଭାବେ ଗାୟତ୍ରୀ ସାଧକ ତଥା ଯୁବ ଉଦ୍ୟୋଗୀ ବାସୁଦେବ ମିଶ୍ର,ସମ୍ମାନିତ ଅତିଥି ଭାବେ ଯୁବ ବ୍ୟବସାୟୀ ତଥା ନ୍ୟୁ ପାଣିଗ୍ରାହୀ ହୋଟେଲ ପ୍ରୋପାଇଟର ଶେଷଦେବ ପାଣିଗ୍ରାହୀ,ପ୍ରିନ୍ସ ସ୍ପୋଟିଙ୍ଗ ସୋ ରୁମ ପ୍ରୋପାଇଟର ଜିତେନ୍ଦ୍ର ହୋତା ପ୍ରମୁଖ ଯୋଗଦେଇ ବିଜୟୀ/ରନରସଅପ ଦଳ ଓ ସବାର୍ଧିକ ରନ କରିଥିବା ସାଗର-୧୧ ଦଳର ରବୀନ୍ଦ୍ର ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ,ପିସିସି ଦଳର ଦିପୁନ ବେହେରାଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।ମ୍ୟାଚରେ ବିଶାଳ ଛକ୍ଜା ମାରିଥିବା ପୃଥକ ପୃଥକ ୪ଜଣ ଖେଳାଳୀଙ୍କୁ ମୁଖ୍ୟ ଅତିଥି ସନ୍ତୋଷ ଅଗ୍ରୱାଲ ବ୍ୟକ୍ତିଗତ ଭାବେ ୫୦୦ ଶହ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ । ମଙ୍ଗଳବାର ଅପରାହ୍ନରେ ତ୍ରିରଙ୍ଗା ୟୁଦ କ୍ଲବ ବନାମ ବାଦୀ ବ୍ରଦରସ ମଧ୍ୟରେ ମ୍ୟାଚ ଅନୁଷ୍ଟିତ ହେବ ।ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସିଆରସିସି ତଥା ଶିକ୍ଷାଵିତ ବିନୋଦ ବିହାରୀ ନାଏକ,ସ୍ଵତନ୍ତ୍ର ଅତିଥି ଭାବେ ସିଂହିଯୁବା ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ ରାଜକୁମାର ମହାକୁର,ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ସେଣ୍ଟ ଭେଲି ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଦେବଦତ୍ତ ପଣ୍ଡା,ସୁବର୍ଣ୍ଣପୁର ସମଗ୍ର ଶିକ୍ଷା ତଥା ଭାରପ୍ରାପ୍ତ ଅନ୍ତରନିବେଶୀ ଶିକ୍ଷା ସଂଯୋଜକ ସଚିତାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।