-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||     

HOME   ଜିଲ୍ଲା

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଙ୍କ ବଲାଙ୍ଗୀର ଗସ୍ତ –ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା

18-Apr-2023



ବଲାଙ୍ଗିର(ପ୍ରେରଣା ଖବର ): ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ତୁଷୁରା ଉଡାଜାହାଜ ପଡିଆ ରେ ପହଞ୍ଚିବା ପରେ ତୁଷୁରା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ । ପରେ ସେ ତୁଷୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ରୋଗୀ ସେବା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ସେ ଗୁଡଭେଲା ସ୍ଥିତ ରାହୁଲ ନଦୀ ଉପରେ ନିର୍ମାଣଧୀନ ଇନ ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ ପରିଦର୍ଶନ ରେ ଯାଇଥିଲେ ଓ ଏହାର ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ ।  ଏହି

ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ରାଜ୍ୟ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ,ଇଞ୍ଜିନିଅର ଇନ ଚିଫ ଙ୍କ ସମେତ ବିଭାଗର ବରିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ । ପରେ ସେ ବଲାଙ୍ଗିର ସ୍ମାର୍ଟ ପାର୍କ ପରିଦର୍ଶନ କରିଥିଲେ । ସେଠାରୁ ସେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଛତାମଖନା ଇନ ଷ୍ଟ୍ରିମ ଷ୍ଟୋରେଜ ପ୍ରୋଜେକ୍ଟ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ର ଅନୁଧ୍ୟାନ କରିଥିଲେ । ପରେ ସେ ଲାଲଟିକିରା ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଠ ତିଚିଙ୍ଗ ହସ୍ପିଟାଲ ଓ ଅନ୍ୟାନ୍ୟ ଭିତ୍ତିଭୂମି ର ନିର୍ମାଣ କାର୍ଯ୍ୟ ର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଜିଲ୍ଲାପାଳ ,କାର୍ଯ୍ୟ ନିର୍ବାହୀ ସଂସ୍ଥା ଏବଂ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ଡିନ ତଥା ଅଧ୍ୟକ୍ଷଙ୍କ ସହ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଉନ୍ନୟନ କମିଶନର ପାଟଣାଗଡ ଅନ୍ତର୍ଗତ ରାମପାଲି ଅନ୍ଵେଷା ହଷ୍ଟେଲ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ସହ ଶୈକ୍ଷିକ ବାତାବରଣ ତଥା ପାଠ ପଢା ସମ୍ପର୍କରେ ପଚାରି ବୁଝିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ସହ କିଛି ସମୟ ଅତିବାହିତ କରି ସେମାନଙ୍କ ସହ ମିଶି ଭୋଜନ କରିଥିଲେ । ସେଠାରୁ ସେ ହରିଶଙ୍କର ଯାଇ  ମନ୍ଦିର ପରିଦର୍ଶନ କରିବା ସହ  ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ର ବିକାଶ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ । ସେଠାରୁ ସେ ମିଶନ ଶକ୍ତି ପାନ୍ଥନିବାସ ପରିଦର୍ଶନ କରି ଏହାକୁ ପରିଚାଳନା କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ସହ ଆଲୋଚନା କରି ଏହାର ପରିଚାଳନା ସମ୍ପର୍କରେ ପଚାରିବୁଝିବା ସହ ସେମାନେ କରୁଥିବା କାର୍ଯ୍ୟ ର ପ୍ରଶଂସା କରିଥିଲେ । ପରେ ସେ ବଲାଙ୍ଗିର ର ଜୀବନ ରେଖା କୁହାଯାଉଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନ ରେ ଆସି ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସେଠାରେ ଉନ୍ନୟନ କମିଶନର ଙ୍କୁ  ଡ୍ରୋନ ଓ ଏଲସିଡି ପ୍ରୋଜେକ୍ଟର ମାଧ୍ୟମରେ ସଂପୂର୍ଣ୍ଣ ପ୍ରକଳ୍ପ ର ବିବରଣୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା , ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଙ୍କ ସମେତ ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ସ୍ଥାନୀୟ ସର୍କିଟ ହାଉସ ରେ ପହଞ୍ଚି ସେଠାରେ ବଲାଙ୍ଗିର ଜିଲ୍ଲାରେ ଜଳ ସମ୍ପଦ ବିଭାଗ ପକ୍ଷରୁ

କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ତଥା ନୂତନ ପ୍ରକଳ୍ପର  ସମ୍ପର୍କରେ ଜଳ ସମ୍ପଦ ବିଭାଗ ଅଧିନସ୍ଥ ମେଗା ଲିଫ୍ଟ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ , ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଡ୍ଡା , ଜିଲ୍ଲାପାଳ ଚଞ୍ଚଳ ରାଣା ,ଜଳ ସମ୍ପଦ ବିଭାଗ ର ଇଞ୍ଜିନିଅର ଇନ ଚିଫ ଭକ୍ତ ରଞ୍ଜନ ମହାନ୍ତି ,ମୁଖ୍ୟ ଯନ୍ତ୍ରୀ ତେଲ ବେସୀନ ସନ୍ତୋଷ କୁମାର ମହାପାତ୍ର ,ମୁଖ୍ୟ ଯନ୍ତ୍ରୀ ଯୋଜନା ସାଗର ମହାନ୍ତି ,ମୁଖ୍ୟ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବସନ୍ତ ରାଉତ, ମୁଖ୍ୟ ଯନ୍ତ୍ରୀ ଡ୍ୟାମ ନିରାପତ୍ତା ଶିବାଶିଷ ପାଢି ,ମୁଖ୍ୟ ଯନ୍ତ୍ରୀ ମେଗା ଲିଫ୍ଟ ଚିନ୍ମୟ ରାଉତ ,ଓଡିଶା ନିର୍ମାଣ ନିଗମ ର ପରିଚାଳନା ନିର୍ଦ୍ଦେଶକ ବିଭୁତି ଭୂଷଣ ଦାସ ଙ୍କ ସମେତ ମେଗା ଲିଫ୍ଟ, ଉଠା ଜଳସେଚନ , ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ, ଟାଟା ପାୱାର ର ଅଧିକ୍ଷଣ ଯନ୍ତ୍ରୀ ,ନିର୍ବାହୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026

You Might Also Like