-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
11-Apr-2023
ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ଏକ ଫିଲ୍ମ ଷ୍ଟାଇଲ ରେ ଜଣେ ପ୍ରେମିକ ନିଜ ପ୍ରେମିକା କୁ ଭିଡିଓ କଲ୍ କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ସକାଳ ୧୦ ଟା ସମୟରେ ନିଜ ଗ୍ରାମରେ ଥିବା ପାଣୀ ଟାଙ୍କି ଉପରକୁ ଚଢି ଯାଇ ଥିଲେ ପ୍ରେମିକ ପ୍ରବର ପିଣ୍ଟୁ ହରିପାଲ ! ଫିଲ୍ମ ଷ୍ଟାଇଲ୍ ରେ ଆତ୍ମହତ୍ଯା ଉଦ୍ଯମ ! ପାଣୀ ଟାଙ୍କି ଉପରକୁ ଚଢିଗଲେ ଆଉ ନିଜ ପ୍ରେମିକା ପାଖକୁ ଭିଡିଓ କଲ୍ କଲେ ହେଲେ ପ୍ରେମିକା ଜଣକ ଭିଡିଓ କଲ ରିସିଭ କଲେ ନାହିଁ ! ଯେଉଁ ଥିରେ ହତାସ ହୋଇ ପ୍ରେମିକ ପ୍ରବରଙ୍କ ଆତ୍ମହତ୍ଯାର ଫିଲ୍ମ ଫ୍ଲପ୍ ହୋଇଗଲା ! ଏ ପରୀ କି ଲଭ୍ ଷ୍ଟୋରୀ କୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଛି ! ଦେଓଗାଁ ବ୍ଲକ କୁଠୁର୍ଲା ଗ୍ରାମର ଲଭର ବୟେ ପିଣ୍ଟୁ ହରପାଲ ! ସେ ବଲାଙ୍ଗୀର ସହରର ଜଣେ ଝିଅକୁ ମନ ଦେଇ ଭଳ ପାଉ ଥିଲେ ! କୌଣସି କାରଣରୁ ଦୁହିଁଙ୍କ ଭିତରେ ଫୋନରେ କଥା ହେବା ସମୟରେ କେଉଁଠି ଟିକିଏ ତ୍ରୁଟି ଦେଖା ଦେଲା ! ସେଥିରୁ ପିଣ୍ଟୁ ସହିତ ତା ପ୍ରେମିକା କଥା ହେଉ ନ ଥିଲେ ! ଯେତେ ଫୋନ୍ କଲେ ମଧ୍ଯ ରିସିଭ କରୁନ ଥିଲେ ! ସେଥି ପାଇଁ ଗ୍ରାମରେ ଥିବା ଓଭର ହେଡ୍ ପାଣି ଟାଙ୍କି ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରି ଥିଲେ , ପାଣି ଟାଙ୍କି କଭର ଖୋଲି ଭିତରକୁ ପଶି ଗଲେ ପରେ ଲକ୍ କରି ଦେଇ ଥିଲେ ପିଣ୍ଟୁ ! ଦୁଇ ଘଣ୍ଟା ପରେ ସ୍ୱାଶ ରୂଦ୍ଧ ଅବସ୍ଥାରେ ଉଦ୍ଧାର କଲା ଦେଓଗାଁ ଅଗ୍ନିଶମ ବାହିନୀ ! ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭିର୍ତ୍ତି କରା ଯାଇଛି ! ଏଭଲି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ! ଘଟଣାର ଅଧିକ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଦେଓଗାଁ ପୋଲିସ !
ବଲାଙ୍ଗୀରରୁ ପୁର୍ଣ୍ଣ ଶଶୀ ଶେଖର ରାଓ ଙ୍କ ରିପୋର୍ଟ