-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Dec-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ବାବା ସାହେବ ଆମ୍ବେଦକର ଥିଲେ ଦ୍ୱିତୀୟ ବୁଦ୍ଧ । ସେ ଯେ କେବଳ ଭାରତୀୟ ସମ୍ବିଧାନ ପ୍ରଣୟନର ମୁଖ୍ୟ ବିନ୍ଧାଣୀ ନଥିଲେ ବରଂ ସେ ଥିଲେ ଜଣେ ଉଚ୍ଚକୋଟୀର ଅର୍ଥନୀତିଜ୍ଞ ଏବଂ ଦୂରଦ୍ରଷ୍ଟା ଅ । ବିଜ୍ଞାନ ଉପରେ ମଧ୍ୟ ତାଙ୍କର ଗଭୀର ପ୍ରବେଶ ରହିଥିଲା । ସେ ଥିଲେ ମାନବବାଦର ପ୍ରତୀକ । ଏକ ସମତାଭିତ୍ତିକ ସମାଜ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ସେ ସମ୍ବିଧାନ ପ୍ରଣୟନ କରିଥିଲେ ବୋଲି ବାବା ସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ସ୍ଥାନୀୟ ଜିଲ୍ଲା ସାଂବାଦିକ ଭବନ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ସୁଜିତ କୁମାର ପୃଷେଠ ମତବ୍ୟକ୍ତ କରିଛନ୍ତି । ସାପ୍ତାହିକ ଖବର କାଗଜ ପତ୍ରିକା ଗଣ୍ଡାବଜା ତରଫରୁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପତ୍ରିକାର ସମ୍ପାଦକ ତ୍ରିଲୋଚନ ନନ୍ଦ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡା.ବେଣୁଧର ପାଣ୍ଡେ, ସମ୍ମାନୀତ ଅତିଥି ଭାବେ ବରଗଡ ବିଇଓ ହେମ ସାଗର ମହାନନ୍ଦ, ସାଂବାଦିକ କୁନା ବାଗ, ଗବେଷକ ଜୟଦେବ ଓ ମହିଳା ସମାଜସେବୀ ଦମୟନ୍ତୀ କୁମରା ପ୍ରମୁଖ ଯୋଗ ଦେଇଥିଲେ । ବାବା ସାହେବ ଆମ୍ବେଦକରଙ୍କ ଦ୍ୱାର ରଚିତ ସଂବିଧାନ ଆମକୁ ଅନେକ ଅଧିକାର ଦେଇଛି । ସେହି ଅଧିକାର ବଳରେ ଆଜି ଦଳିତ ଓ ନିଷ୍ପେସିତମାନେ ବହୁତ ଆଗକୁ ଯାଇ ପାରିଛନ୍ତି । ତେବେ ବହୁତ ଲୋକ ଆଜି ମଧ୍ୟ ନିଷ୍ପେସିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ତେଣୁ ଯେଉଁମାନେ ଆଜି ଆମେ କିଛି ସ୍ତର ଉପରକୁ ଆସି ପାରିଛୁ ସେହି ନିଷ୍ପେସିତ ଲୋକଙ୍କ ପାଇ କାମ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ଡ.ପାଣ୍ଡେ କହିଥିଲେ । ସଂବିଧାନ ଅନୁଯାୟୀ ମର୍ଯ୍ୟାଧାର ସହିତ ବଂଚି ରହିବା ପ୍ରତ୍ୟେକ ବ୍ୟକ୍ତିର ଅଧିକାର ରହିଛି । ଏଥିପାଇଁ ସଂବିଧାନ ଦ୍ୱାରା ଆମକୁ କେତେକ ମୌଳିକ ଅଧିକାର ପ୍ରଦାନ କରାଯାଇଛି । ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଲେ ଆମେ ଆଇନର ଆଶ୍ରୟ ନେଇ ପାରିବାର ବ୍ୟବସ୍ଥା ରହିଛି । କିନ୍ତୁ ଏତେ ସବୁ ଅଧିକାର ସତ୍ତ୍ୱେ ସମାଜରେ ଆଜି ମଧ୍ୟ ଅନେକ ତାରତମ୍ୟ ରହିଛି । ତେବେ ଶିକ୍ଷିତ ହେଲେ ଯାଇ ଆମେ ଆମର ଅଧିକାରକୁ ଠିକ ଭାବେ ସାବ୍ୟସ୍ତ କରି ପାରିବା ବୋଲି ଏକ ତଥ୍ୟଭିତ୍ତିକ ଆଲୋଚାନ ମାଧ୍ୟମରେ ସମ୍ମାନୀତ ଅତିଥି ଶ୍ରୀ ମହାନନ୍ଦ ନିଜ ବକ୍ତବ୍ୟ ରଖିଥିଲେ । ସାମ୍ପ୍ରତିକ ସମୟରେ ସଂବିଧାନ ପ୍ରତି କିଭଳି ବିପଦ ଦେଖାଦେଇଛି ସେ ସମ୍ପର୍କରେ ଗବେଷକ ଜୟଦେବ କହିବା ସହିତ ସଂବିଧାନର ସୁରକ୍ଷା ପାଇଁ ଲଢେଇ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ମହିଳାମାନେ ଆଜି ପର୍ଯ୍ୟନ୍ତ ସଙ୍ଗଠିତ ହୋଇ ପାରିନାହାନ୍ତି । ତେବେ ନିଜର ସାଂବିଧାନିକ ହକ ହାସଲ କରିବା ପାଇଁ ସଙ୍ଗଠିତ ହୋଇ ମହିଳାମାନଙ୍କୁ ଆଗେଇ ଆସିବାକୁ ପଡିବ ବୋଲି ଶ୍ରୀମତୀ କୁମରା କହିଥିଲେ । ଏହି ଅବସରରେ ସାମଜ ପାଇଁ କାମ କରୁଥିବା ଯୁବ ସମାଜସେବୀ ରେମାନନ୍ଦ କୁମ୍ଭାର , ଯୁବ ସାହିତ୍ୟିକ ମୁରଲୀ ଶିକ୍କା , ମହିଳା ସମାଜସେବୀ ସୁଷମା ବଏ ଓ ଯୁବ ସାଂବାଦିକ ଦେବାଶିଷ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କୁନା ବାଗ ଧନ୍ୟବାଦ ଦେଇଥିଲେ ।