-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Dec-2020
ନର୍ଲା: (ସଞ୍ଜୀବ ଦାସ) କଳାହାଣ୍ଡି ଜିଲ୍ଲା ପ୍ରତ୍ୟେକ ବ୍ଲକରେ ମିନିଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଦୀର୍ଘ ୩ବର୍ଷ ହେଲା ନର୍ଲା ବ୍ଳକର ମିନିଷ୍ଟାଡିୟମ ନିର୍ମାଣ କାମ ହୋଇ ନାହିଁ ବ୍ଳକ ପକ୍ଷରୁ ଏ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ନ ଥୁବାରୁ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ରାଜ୍ୟ ସରକାର ୨୦୧୬-୧୭ ମସିହାରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ମିନିଷ୍ଟାଡିୟମ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ।ନର୍ଲାର ମିନିଷ୍ଟାଡିୟମ, କଲ୍ୟାଣୀ ମଣ୍ଡପ,ରେଞ୍ଜ ଅଫିସ ଭଲି ମୁଖ୍ୟ କାମଗୁଡିକ ପ୍ରଶାସନର ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଆସିଥିବା କାମ ଗୁଡିକ ପଡିରହି ଥିବା ସହ ଫେରିବାରେ ଲାଗିଛି। ନର୍ଲା ଖେଳ ପଡିଆର ଦୁଇପାର୍ଶ୍ଵରେ ହାଇସ୍କୁଲ ଓ କଲେଜ ଅବସ୍ଥିତ ଥିବା ବେଳେ ଅତି ସୁନ୍ଦର ଖେଳପଡିଆରେ ଅଲ ଇଣ୍ଡିଆ ଫୁଟବଲ, କ୍ରିକେଟ, ଭଲିବଲ, ଖେଳମାନ ଅନୁଷ୍ଠିତ ହୋଇଥାଏ। ଏହାର ତୁରନ୍ତ ନିର୍ମାଣ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ଦୃଷ୍ଟି ଦେବାକୁ ନର୍ଲା ଗ୍ରାମବାସୀ ଦାବି କରିଛନ୍ତି।