-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
ମାହାଙ୍ଗା, (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ) - ଚଳିତ ବର୍ଷ କରୋନା ମହାମାରୀ ପାଇଁ ସାରା ବିଶ୍ୱ ଯେତେବେଳେ ସମସ୍ୟା ଦେଇ ଗତି କରୁଛି । ସେତେବେଳେ ଓଡ଼ିଶାର ଆଇନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ମାହାଙ୍ଗା ଅଞ୍ଚଳରେ ଜନ ସମାଗମ ଭିତରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ୯ ମାସ ହେବ କରୋନା ମହାମାରୀ ପାଇଁ ମନ୍ଦିର ଯେତେବେଳେ ଖୋଲା ଯାଇପାରୁନି , ସେତେବେଳେ ଆଇନ ମନ୍ତ୍ରୀ ଏଠି କେମିତି ଶହ ଶହ ଲୋକଙ୍କ ଜନସମାଗମ ଭିତରେ ପ୍ରକଳ୍ପ ଉଦଘାଟିତ କରୁଛନ୍ତି । ସବୁଠୁ ବଡ ପ୍ରଶ୍ନ ଉଠୁଛି ଆଇନ ମନ୍ତ୍ରୀ ହୋଇ ଆଇନ ଭଙ୍ଗ କରୁଛନ୍ତି । ଆମେ କହୁନୁ ସାଧାରଣ ଲୋକେ କହୁଛନ୍ତି । ଏହାର ଜବାବ ରଖିବେକି ରାଜ୍ୟ ସରକାର ?