-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
14-Mar-2023
ବଲାଙ୍ଗୀର, ବଲାଙ୍ଗୀର ସହରରେ ନିଶା କରାବାର ଯୋଗୁଁ ଅପରାଧିକ କାର୍ଯ୍ୟକଳାବ ବୃଦ୍ଧି ପଉଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ପୋଲିସ ଜିରୋ ଟଲରେନ୍ସ ନୀତି ଅବଲମ୍ବନ କରି ସହରର ଅପରାଧିକ କାର୍ଯ୍ୟବିଧି ଉପରେ ତୀକ୍ଷ୍ଣ ନଜର ରଖି ଆସିଛି । ଗତ କିଛି ହେଲା ବଲାଙ୍ଗୀର ସହରରେ ଚାଲିଥିବା ଅବୈଧ ନିଶା କାରବବାର ଓ କଫ୍ସିରଫ୍ ବେପାରୀ ମାନଙ୍କୁ ଦମନ କରିବା ଦିଗରେ ବଲାଙ୍ଗୀର ପୋଲିସ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି । ବଲାଙ୍ଗୀର ପୋଲିସର ଏହି ପଦକ୍ଷେପକୁ ବଲାଙ୍ଗୀର ନାଗରିକ କମିଟି ସ୍ୱାଗତ କରିଛି । ଆଜି ସଂଧ୍ୟାରେ ବଲାଙ୍ଗୀର ନାଗରିକ କମିଟିର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଏସ୍ପି ନିତିନ କୁଶଲକରଙ୍କ ଅନୁପସ୍ଥିତିରେ ଏଡିସନାଲ ଏସ୍ପି ସୁରେଶ କୁମାର ନାଏକଙ୍କୁ ସାକ୍ଷାତ କରି ବଲାଙ୍ଗୀର ପୋଲିସର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ବଲାଙ୍ଗୀର ନାଗରିକ କମିଟିର ସଂପାଦକ ମନୋରଂଜନ ସାହୁଙ୍କ ନେତୃତ୍ୱରେ କମିଟିର ସଭ୍ୟ ଗୋପଭୂଷଣ ନାଥ, ଦିବାକର ହୋତା, ଆର୍ତ୍ତତ୍ରାଣ ମିଶ୍ର ପ୍ରମୁଖ ଏଡିସନାଲ ଏସ୍ପି ଶ୍ରୀ ନାଏକଙ୍କୁ ସାକ୍ଷାତ କରିଥିଲେ ।