-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
14-Mar-2023
ବଲାଙ୍ଗୀର// ଆଜି ସକାଳ ପ୍ରାୟ ୫ଟା ସମୟରେ ବଲାଙ୍ଗୀର ସହର ମାଲପଡାର ଶିବ ଶଙ୍କର ନାୟକ ନାମକ ଜଣେ ଅଟୋ ଟ୍ରାଇଭର କିଛି ଯାତ୍ରୀଙ୍କ ରେଲୱେ ଷ୍ଟେସନରୁ ଆଣି ସୁଦପଡାରେ ଛାଡି ଥିଲା । ସେଠାରୁ ଯାତ୍ରୀ ମାନଙ୍କୁ ଛାଡି ନିଜ ଘରକୁ ଫେରୁଥିବା ସମୟରେ ସୁଦପଡା ଛକରେ କିଛି ଦୁବୃତ୍ତ ଶିବଶଙ୍କରଙ୍କୁ ବାଟରେ ଅଟକାଇ ନିର୍ଦ୍ଦୁମ ମାଡ ମାରିଥିଲେ । ମାଡରେ ଶିବଶଙ୍କରଙ୍କ ମୁହଁରେ ଗଭୀର ଆଘାତ ଲାଗିବା ସହ ଦାନ୍ତ ଭାଙ୍ଗିଯାଇଛି । ଏପରିକି ଏହି ର୍ଦୃବୃତ୍ତ ମାନେ ଶିବଶଙ୍କରଙ୍କ ଠାରୁ ୨ହଜାର ଟଙ୍କା ଓ ତାଙ୍କ ମୋବଇଲ ଛଡାଇ ନେଇ ଫେରାର୍ ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ଶିବଶଙ୍କରଙ୍କ ପାକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସୁଦପଡା ଛକରେ ଥିବା ସିସି ଟିଭି ଆଧାରରେ ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିବା କୁ ଶିବଶଙ୍କର ଓ ତାଙ୍କ ପରିବାର ଦାବି କରିଛନ୍ତି ।