-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
13-Mar-2023
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ମୂର୍ସୁଣ୍ଡ ପଞ୍ଚାୟତର ପ୍ରାଥମିକ ସେବା ସମବାୟ ସମିତି ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି l ସୂଚନାରୁ ପ୍ରକାଶ ଯେ ଆଜି ସକାଳେ ସ୍କୁଲ୍ ଓ ସେବା ସମବାୟ ସମିତି କୁ ଆସି ଦେଖିଲା ବେଳକୁ ଉଭୟ ଗେଟ୍ ର ତାଲା ଭଙ୍ଗା ଯାଇଛି l ସ୍କୁଲ୍ ର ପାଞ୍ଚ ଟି ଶ୍ରେଣୀଗୃହ ର ତାଲା ଭଙ୍ଗା ଯାଇଥିବା ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ଛତ୍ରିଆ ପ୍ରକାଶ କରିଛନ୍ତି l ସେବା ସମବାୟ ସମିତି ର ଗେଟ ର ଓ ଅଫିସ ଗୃହର ତାଲା ଭାଙ୍ଗି ସି ସି ଟିଭି କ୍ୟାମେରା ର ହାର୍ଡ ଡିସ୍କ ଚୋରି ହୋଇଥିବା ସଭାପତି ଓ ସମ୍ପାଦକ ଅଭିଯୋଗ କରିଛନ୍ତି l
ଏ ବିଷୟରେ ସାଳେଭଟା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି l ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି l ସାଇନ୍ଟିଫିକ୍ ଟିମ୍ ଆସିଲା ପରେ ପ୍ରକୃତ ଚୋରି ଘଟଣା ବିଷୟରେ ଜଣା ପଡ଼ିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି l କିଛିଦିନ ପୂର୍ବରୁ ମୁଡ଼ଶୁଣ୍ଡ ପଂଚାୟତର ଚୋରି ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଆଜି ପୁଣି ଚୋରି ଘଟଣା ସାମ୍ନାକୁ ଆସିବାରୁ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି l