-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
13-Mar-2023
( ଅନିଲ କୁମାର ତ୍ରିପାଠି)
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଏକ ପଞ୍ଚାୟତ ମୁଖ୍ୟାଳୟ ହୋଇଥିଲେ ହେଁ ଗାଁର ପାରିପାର୍ଶ୍ବିକ ସ୍ଥିତି ଓ ଅବସ୍ଥିତି ସିନ୍ଧେକେଲା କୁ ଏକ ବ୍ଲକ ମାନ୍ୟତା ପାଇବା ,ସିନ୍ଧେକେଲା ରେ + ୨ ବିଜ୍ଞାନ ଓ + ୩ କଲେଜ ଖୋଲିବା , ବାଏପାସ ରାସ୍ତା ତିଆରି କରାଯିବା ଆଦି ସମସ୍ୟା କୁ ନେଇ ରବିବାର ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟର ସାଇନ୍ସ ହଲ ରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଆଲୋଚନାରେ ସିନ୍ଧେକେଲା ର ବହୁ ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସିନ୍ଧେକେଲା ତଥା ଓଡିଶା ମାଟିରୁ ଯାଇ ବିଶ୍ବବ୍ୟାଙ୍କ ର ସିନିୟର ଇକୋନୋମିଷ୍ଟ ହୋଇ ୱାସିଙ୍ଗଟନ ରେ ରହୁଥିବା ଦିଲ୍ଲୀପ ରଥ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେ ଦିର୍ଘ ୧୨ ବର୍ଷ ପରେ ସିନ୍ଧେକେଲା ଆସିଥିବା ବେଳେ ଗାଁ ବହୁତ ବଢି ଯାଇଥିବା, ସିନ୍ଧେକେଲା ଅଞ୍ଚଳର ଜୀବନ ବିନ୍ଦୁ ଉନ୍ଦେର ନଦୀରେ ବ୍ରିଜ ନିର୍ମାଣ ପରେ ଗାଁରେ ଉତ୍କଟ ଟ୍ରାଫିକ ସମସ୍ଯା, ଶିକ୍ଷାର ବିକାଶ କୁ ନେଇ ନିଜ ମତ ପ୍ରକାଶ କରିବାସହ ଉପସ୍ଥିତ ଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ମୋ ତରଫରୁ ଯାହା ହୋଇ ପାରିବ ମୁଁ କରିବି କିନ୍ତୁ ବର୍ତ୍ତମାନ ସମୟରୁ ଏକ କମିଟି ଗଠନ କରି ଆଗକୁ ଏ ସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିବା ଓ ଏ ମାଟିର ସୁପୁତ୍ର ଅସୀତ ତ୍ରିପାଠୀ ଯିଏକି ଓଡ଼ିଶାର ପୂର୍ବତନ ମୁଖ୍ୟଶାସନ ସଚିବ ଓ ବର୍ତ୍ତମାନ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତାଙ୍କୁ ମଧ୍ଯ ଆଗାମୀ ଦିନରେ ଭେଟି ଏ ସବୁ ସମସ୍ୟା ବିଷୟରେ ଅବଗତ କରିବା ପାଇଁ ମତ ପ୍ରକାଶ କରିଥିଲେ। ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ଯରେ ସିନ୍ଧେକେଲା ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମେହେର, ସରପଞ୍ଚ ନରେଶ ଅଗ୍ରବାଲ, ସମିତିସଭ୍ଯ ଭୋଲାନାଥ ବେହେରା , ପୂର୍ବତନ ଶିକ୍ଷକ ବିଦ୍ୟାଭୂଷଣ ନାଏକ, ସତ୍ଯ ସୁବୁଦ୍ଧି, ନିଳକଣ୍ଠ ତ୍ରିପାଠୀ,ଗଣପତି ସାହୁ, ନରେନ୍ଦ୍ର ସାହୁ, , ବଣିକସଂଘ ସଭାପତି ସୁବାଷ ଜୈନ, ପୂର୍ବ ବଣିକ ସଂଘ ସଭାପତି ସରୋଜ ଜୈନ, ନରେଶ ଜୈନ , ଦିନବନ୍ଧୁ ସାହୁ , ମୁନିରାମ ଜୈନ, ସୁରିଆ ସାହୁ , ସାଂସଦ ଙ୍କ ବ୍ଲକ ପ୍ରତିନିଧି ଅନିଲ ନାଏକ, ଉମାଶଙ୍କର ତ୍ରିପାଠୀ , ମୁନିରାମ ଜୈନ, ନରେଶ ରଣା , ପ୍ରବିଣ ଜୈନ, ବିମଲ ଜୈନ, ସାମ୍ବାଦିକ ଦିନେଶ ଜୈନ , ଅନିଲ କୁମାର ତ୍ରିପାଠୀ , ବଳରାମ ସାହୁ , ତରୁଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।