-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Mar-2023
ବଲାଙ୍ଗିର(ପ୍ରେରଣା ଖବର )- ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପ୍ରାୟ ସମୟ ଚର୍ଚ୍ଚାରେ । ଦୁଇଦିନ ତଳେ ଜଣେ ମଦ୍ୟପ ଆଟେଣ୍ଡାଣ୍ଟ ରାତ୍ରି ଡ୍ୟୁଟି ସମୟରେ ମଦ ପିଇ ମାତାଲ୍ ଅବସ୍ଥାରେ ଆଇସିୟୁ ଭିତରେ ୧୦ ନମ୍ବର ବେଡ୍ ରେ ଥିବା ଜୈନେକ ରୋଗୀ ଉପରେ ପଡ଼ି ଯାଉଥିବା ବେଳେ ରୋଗୀ ଜଣକ ତାକୁ ସମ୍ଭାଳି ନେଇ ଗାଳି ଦେଇଥବା ଏବଂ ଆଉ ଜଣେ ରୋଗୀର ସାଲାଇଁନ ପାଇପ କୁ ଭୁଲ ବଶତଃ ଟାଣି ଦେଇଥିବା ଚର୍ଚ୍ଚା ହୁଏ।ସେଠାରେ କାର୍ଯ୍ୟରତ ଥିବା ନର୍ସ ମାନେ ନର୍ସ ଇନଚାର୍ଜ ଙ୍କୁ ଅନେକ ଥର ମୋବାଇଲ ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିବା ଅବହେଳାର ଏକ ଉଦାହରଣ । ତେବେ ଉପରୋକ୍ତ ବିଷୟକୁ ନେଇ ଆମ ପ୍ରତିନିଧି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ମାନସୀ ପଣ୍ଡା ଙ୍କୁ ଜଣାଇଥିଲେ । ସେ ଜାଣିବା ପରେ ଆଇସିୟୁ କୁ ଯାଇ ଉପରୋକ୍ତ ବିଷୟରେ ପଚାରି ବୁଝି ଆସିଲେ । ଆଟେଣ୍ଡାଣ୍ଟ କୁଆଡେ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲିଖିତ ମାଫିନାମା ଲେଖି ଦେଇଥିଲେ,ଯାହାକି ଜଣେ କର୍ମଚାରୀଙ୍କ ମଧ୍ୟସ୍ଥତାରେ ହୋଇଥିବା ଚର୍ଚ୍ଚା ହେଉଛି। ସେହି ଲେଖାରେ ତାଙ୍କୁ ମ୍ୟାଡମ୍ ମାଫ କରିଦେଇଥିବା ଚର୍ଚ୍ଚା ଜୋର ଧରିଛି।ଏହି ଘଟଣାର କିଛି ଦିନ ପୂର୍ବରୁ ସେହି ଆଇସିୟୁ ଭିତରେ କିଛି ବିଷୟକୁ ନେଇ ସିକ୍ୟୁରିଟି ଗାର୍ଡ କୁ ହଟାଇ ଦେଇଥିଲେ । ଏଥିରୁ ଜଣାଯାଏ ପଣ୍ତିତ ପୁଅ ମାଙ୍କଡ ମାରିଲେ ମଧ୍ୟ ଦୋଷାବହ ନୁହେଁ ।