-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
12-Mar-2023
ପଦ୍ମପୁର: (ପ୍ରେରଣା ଖବର)ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପଦ୍ମପୁର ଶିଶୁ ବାଟିକା ବିଭାଗ ର ଆସନ୍ତା ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବା ପାଇଁ ଇଛୁକ ଶିଶୁଙ୍କ ପିତା ମାତା ଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ର ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଶ୍ରୀଯୁକ୍ତ ସମୀର ମେହେର ସରକାରୀ ଆୟୁର୍ବେଦ ଡାକ୍ତର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ କରି ଶିଶୁ ମାନଙ୍କର ରୋଗ ଓ ଏହାର ନିରାକରଣ ବିଷୟରେବିଷଦ୍ ଭାବରେ ଆଲୋକପାତ କରିଥିଲେ ।ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶରତ ମେହେର ଗୁରୁଜୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ପୁଷ୍ଟିକର ଖାଦ୍ୟ ଉପରେ ଏକ ପ୍ରାୟଗିକ କାଲାଂଶ ଯାମିନୀ ଓ ନୀତୁ ଗୁରୁମା ଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।ଶିଶୁ ବାଟିକା ପ୍ରମୁଖ ସୁଜାତା ଗୁରୁମା ସୁଷମ ଖାଦ୍ୟ ବିଷୟରେ ଆଲୋଚନା କରିଥିଲେ ।ଆହାର ଉପରେ ଏକ ପ୍ରଦର୍ଶନୀ ଲଗାଯାଇଥିଲା ଏଥିରେ ୫୦ ପ୍ରକାର ଘର ତିଆରି ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା ।ଶେଷରେ ସୁଶ୍ରୀ ମିନତୀ ପଟ୍ଟନାୟକ ଗୁରୁମା ଦିବା ପର୍ଯ୍ୟାୟ ପ୍ରମୁଖା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ୬୦ ଜଣ ପିତା ମାତାମାନେ ଯୋଗ ଦେଇଥିଲେ ।ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।