-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
05-Mar-2023
ବୀରମହାରାଜପୁର , (ବିନୋଦ ପାଣ୍ଡେ): ଗ୍ରାମୀଣ ଲୋକକଳାକୁ ଅଧିକ ପ୍ରଚାର ପ୍ରସାର କରିବା ସହ ଆଞ୍ଚଳିକ ଲୋକ ସଂସ୍କୃତିର ବିକାଶ ଲକ୍ଷ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଉପାନ୍ତ ଅଞ୍ଚଳ କଦଳୀପାଲି ଛକରେ ପ୍ରଥମ ଏକତା ମହୋତ୍ସବ ଆରମ୍ଭ ହୋଇଯାଇଛି । ଏକତା ଗ୍ରୁପ ଦ୍ୱାରା ଆୟୋଜିତ ମହୋତ୍ସବକୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିବାବେଳେ କଳାର ସଂରକ୍ଷଣ ପାଇଁ ସମର୍ପିତ ଏକତା ଯୁବ ଗୋଷ୍ଠୀର ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ କେଁଝିରିଆ ପାଲି ସରପଞ୍ଚ ସସ୍ମିତା ଦୀପ,ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ହୋତା ଓ ଶେଷଦେବ ବାରିକ ପ୍ରମୁଖ ଯୋଗଦେଇ ଦର୍ଶକ ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ଦିନର ସନ୍ଧ୍ୟାରେ ମହୋତ୍ସବର ଉପଦେଷ୍ଟା ରାଜ ଗୋପାଳ ପାଣିଗ୍ରାହୀଙ୍କ ସଂଯୋଜନାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗାୟତ୍ରୀ ପାଣିଗ୍ରାହୀ ଓ ରଘୁବୀର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇଥିଲେ । କଳା ସଂଗଠକ ପାଣିନୀ ପ୍ରଜ୍ଞାଙ୍କ ସଂଯୋଜନାରେ ଆୟୋଜିତ ୫ଦିନିଆ ମହୋତ୍ସବରେ ବିଶ୍ୱ ଶାନ୍ତି ମହାଯଜ୍ଞ ସହ ପାରାୟଣ ଚାଲିଥିବାବେଳେ କଳାକାର ବଟକୃଷ୍ଣ ସାହୁ ଓ ସାଥି କଳାକାରଙ୍କ ଦ୍ଵାରା ଜଳନ୍ଧର ଦରବାରକୁ ହଜାର ହଜାର ଲୋକ ଉପଭୋଗ କରୁଛନ୍ତି । ବିଗତ ଦୁଇ ଦିନଧରି ସନ୍ଧ୍ୟାରେ ପଶ୍ଚିମ ଓଡିଶାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ସମ୍ବଲପୁର ଟ୍ରାଇବାଳ ଏଣ୍ଡ ଫୋକଆର୍ଟ ସେଣ୍ଟର,ଅତାବିରାର କୁରେଫୁଲ କଳାକାରଙ୍କ ଲୋକଗୀତ ଓ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଛି । ଇତି ମଧ୍ୟରେ ଜନପ୍ରିୟ କଣ୍ଠଶିଳ୍ପୀ ଶାନ୍ତନୁ ଓ ଶୀତଳଙ୍କ ସହ କଣ୍ଠଶିଳ୍ପୀ ଚେତନାମୟୀ ବେହେରା,ସୌଭାଗ୍ୟଲକ୍ଷ୍ମୀ ଦାଶ,ହାସ୍ୟ କଳାକାର କେଦାର ପଟେଲ ଓ ସାଥୀଙ୍କ କମେଡି ପରିବେଷଣକୁ ହଜାର ହଜାର ଦର୍ଶକ ଉପଭୋଗ କରିଛନ୍ତି । ଠିକ ସେହିପରି,ମହୋତ୍ସବ ପଡ଼ିଆରେ ପଡିଥିବା ମୀନବଜାରର ମଜା ଉଠାଉଛନ୍ତି ଦେଖଣାହାରୀ ।