-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
04-Mar-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି। ଭଗବତ କ୍ଲବ୍ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସମ୍ପାଦକ ହୃଷିକେଶ ନାଏକ, ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ ସ୍ବେଚ୍ଛାସେବୀ ମନୋରଞ୍ଜନ ଜଗଦଲା, ସତ୍ୟସେବକ ଯୁବକ ସଂଘ ର ସଭାପତି ଆଶିଷ ସାହୁ, ଯୁବ ସମାଜସେବୀ ସଚିତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସୁବଳୟା ଆଞ୍ଚଳିକ ଡିଗ୍ରୀ କଲେଜ ର କିରାଣୀ ବିଭୁତି ଭୂଷଣ କୁଦାଇ ସଭାପରିଚାଳନ କରିଥିଲେ। ଏଥିରେ ସତ୍ୟସେବକ ଯୁବକ ସଂଘ ଓ ଭଗବତ କ୍ଲବ୍ ର ସଦସ୍ୟ ମାନେ ସଭା କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥିଲେ। ପରି ଶେଷରେ ନେହେରୁ ଯୁବ ସ୍ବେଚ୍ଛାସେବୀ ସୁଦର୍ଶନ ଭରାସାଗର ଧନ୍ୟବାଦ ଅର୍ପଣ କରିଥିଲେ ।