-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
02-Mar-2023
ବଲାଙ୍ଗୀର, ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ରାଧାରାଣୀ ପଡା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଶ ରାମ ବେହେରାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଡାଏଟ୍ ପରିସରରେ କ୍ଲଷ୍ଟରସ୍ତରୀୟ ଟିଏଲ୍ଏମ୍ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଧାରାଣୀ ପଡା ଆଂଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ମୋଟ୍ ୧ଠଟି ଟିଏଲ୍ଏମ୍ ପ୍ରଦର୍ଶନ ହୋଇଥିଲା ।ବଲାଙ୍ଗୀର ପ୍ରାକ୍ଟିସିଂ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗୀତା ନାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ନନ୍ଦ, ଡାଏଟ୍ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଲ୍ଲିକ ପ୍ରମୁଖ ମଂଚାସୀନ ଥିଲେ । ଶିବତଲା ଆଂଚଳିକ କେନ୍ଦ୍ର ସଂଯୋଜକ ହୋଲିଶ୍ୱର ଧରୁଆ ସଭା ସଂଯୋଜନା କରିଥିଲେ । ଅଇଁଲାଚୁଆଁ ଆଂଚଳିକ କେନ୍ଦ୍ର ସଂଯୋଜକ (ସିଆର୍ସିସି)ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।