-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
01-Mar-2023
ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମନ୍ଦିର କମିଟି ସଭାପତି ବଲ୍ଲଭ ନାରାୟଣ ପଣ୍ଡା ସଭାପତିତ୍ବ କରି କିପରି ସୁରୁଖୁରୁ ଭାବେ ଦୋଳ ପୂର୍ଣ୍ଣିମା ପାଳନ ହେବା ସେନେଇ ଆଲୋଚନା କରିଥିଲେ । ଦୋଳ ପୂର୍ଣ୍ଣିମା ଅବସରରେ ଠାକୁର ଶ୍ରୀ ରାଧାକୃଷ୍ଣ ଏକାଦଶୀ ଦିନ ୩/୩/୨୦୨୩ ତାରିଖ ଶୁକ୍ରବାର ଠାରୁ ଦୋଳ ପୂର୍ଣ୍ଣିମା
ମଙ୍ଗବାର ଯାଏଁ ପ୍ରତିଦିନ ସନ୍ଧ୍ୟା ସମୟରେ ଗ୍ରାମ ପରିକ୍ରମା କରିବେ । ତେଣୁ କିପରି ଭାବରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ପାଳନ ହେବେ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମନ୍ଦିର କମିଟି ସମ୍ପାଦକ ସିମାଞ୍ଚଳ ଦାସ, ଦୀପକ ସ୍ୱାଇଁ , ଗଗନ ମହାନ୍ତି , ମନମଥ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ବେହେରା, ଗଣେଶ ଖୁଣ୍ଟିଆ , ସୁଶାନ୍ତ କୁମାର ପଣ୍ଡା , ସୁଧୀର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ :ମିହିର ଶଙ୍କର ପାତ୍ର,ନବରଙ୍ଗପୁର)