-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
25-Feb-2023
ବଲାଙ୍ଗୀର// ଓଡ଼ିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗୀର ଶାଖା ପକ୍ଷରୁ ଆଜି ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଏକ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଯୋଗ ଦେଇ ସୂଚନା ଅଧିକାରର ପ୍ରୟୋଗ ଉପରେ ଲୋକଙ୍କୁ ବୁଝାଇ ଥିଲେ । ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରିବା ପାଇଁ ସୂଚନା ଅଧିକାର ଏକ ବଡ ଅସ୍ତ୍ର ଏବଂ ଏଥିପାଇଁ ଏହି ଆଇନକୁ ସମସ୍ତେ ଜାଣିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଥିଲେ । ସୂଚନା ଅଧିକାର ଆଇନର ପ୍ରୟୋଗ ଓ ଏହାର କାର୍ଯ୍ୟକାରିତା ଶୀର୍ଷକ ବିଷୟ ଉପରେ ଅନୁଷ୍ଠିତ ଏହି ଅନ୍ତ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ବଲାଙ୍ଗୀର ସମେତ ସୋନପୁର, ବରଗଡ଼, ନୂାଅପଡା,କଳାହାଣ୍ଡି ଆଦି ଜିଲ୍ଲାର ବହୁ ସୂଚନା ଅଧିକାରକର୍ମୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।