-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
25-Feb-2023
ବଲାଙ୍ଗିର (ପ୍ରେରଣା ଖବର )ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ , ଏପରି କିଛି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ମୁନିସିପାଲିଟି ଅନ୍ତର୍ଗତ ବରପାଲି ପଡା ଠାରେ l ସୂଚନାରୁ ପ୍ରକାଶ ଯେ, ଆଜି ବରପାଲି ପଡ଼ାର ଏହି ସୁମିତ ଚନ୍ଦନ (୨୨) ଘରେ ଥିବା ବେଳେ କିଛି ଅଚିହ୍ନା ଯୁବକ ସଂଘବଦ୍ଧ ଭବରେ ସୁମିତ୍ କୁ ଲୁହା ରଡ଼ ରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ l ପରେ ପିସିଆର୍ ଭେନ୍ ଘଟଣାସ୍ଥଳରେ ପହଞ୍ଚି ସୁମିତ୍ ଙ୍କୁ ଉଦ୍ଧର କରିଥିଲା l ଗୁରୁତର ଅବସ୍ଥାରେ ସୁମିତ୍ କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡ ରେ ଭର୍ତି କରାଯାଇଛି l ବଲାଙ୍ଗିର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି l