-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
20-Feb-2023
ଟିଟିଲାଗଡ: ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କ ପାଇଁ କୋଟି,କୋଟି ଟଙ୍କାର ଯୋଜନା ପ୍ରଣୟନ କରାଯାଉଥିବା ସତ୍ବେ ସଫଳ ରୂପାୟନ ହୋଇ ପାରୁ ନାହିଁ।ବିଶେଷ କରି ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସ୍ଵାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରାଯିବା ବ୍ୟବସ୍ଥା କରାଯାଇଛି ।
ସେହିପରି ଏହି ଜିଲ୍ଲା ର ଟିଟିଲାଗଡ ସବ ଡ଼ିଭିଜନାଲ ସରକାରୀ ଡାକ୍ତର ଖାନା ର ଅବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଦୂର,ଦୁରାନ୍ତ ରୁ ଅସଂଖ୍ୟ ଜନସାଧାରଣ ନିର୍ଭର କରି ଡାକ୍ତର, କର୍ମଚାରୀଙ୍କ ଅଭାବରୁ ବଲାଙ୍ଗୀର ଜିଲ୍ଲା ମ୍ୟାଡ଼ିକାଲ କଲେଜ ସ୍ଥାନାନ୍ତର କରାଯିବା ଯୋଗୁଁ ସଧାରଣ ରେ ଏହି ଡାକ୍ତଖାନା କୁ ରେଫର୍ ଖାନା କୁହାଯାଇ ଥାଏ । ସେହିପରି ସରକାର ପାଞ୍ଚ ଟଙ୍କା ମୂଲ୍ୟ ରେ ଡାଲମା, ଭାତ ଆହାର କେନ୍ଦ୍ର ଜରିଆରେ ପ୍ରଦାନ ବ୍ୟବସ୍ଥା କରିଛନ୍ତି । ହେଲେ ଅତ୍ୟନ୍ତ ପାରିତାପ ର ବିଷୟ ଯେ,ଏହି କେନ୍ଦ୍ର ରବିବାର ଦିନ ବନ୍ଦ ରହିଥାଏ ,ରୋଗୀ ଙ୍କ ସମ୍ପର୍କୀୟ ତଥା ସାଧାରଣ ନିର୍ଭର କରୁଥିବା ଏହି କେନ୍ଦ୍ର ରୁ ଉକ୍ତ ଆହାର ନ ପାଇ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହୋଇ ଆସୁଥିଲା। ଏହି ସ୍ଥିତି ରେ ଟିଟିଲାଗଡ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ର ଉପରେ ନିର୍ଭର କରୁଥିବା ଲୋକଙ୍କୁ ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ ତରଫରୁ ଦୀର୍ଘ ଦିନ ଧରି ପ୍ରତି ରବିବାର ମାଗଣା ରେ ଆହାର ବଣ୍ଟନ କରାଯାଇ ଆସୁଛି।
ଅନ୍ନପୂର୍ଣ୍ଣା ସେବା ନାମରେ ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇ ଆସୁଛି।
ଟିଟିଲାଗଡ଼ ଶାଖା ସଭାପତି ରାଜା କମାନି ,ଉପ ସଭାପତି ଅମର ଜୈନ୍, ବରିଷ୍ଟ ସଦସ୍ୟ କିଶୋର ଅଗ୍ରୱାଲ, ସଞ୍ଜୟ ସୋନି, ରାକେଶ ଜୈନ,ପ୍ରକାଶ ଅଗ୍ରୱାଲ,ରୀଙ୍କୁ ଅଗ୍ରୱାଲ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରି ଆସୁଥିବା ବେଳେ ଆବଶ୍ୟକ ହେଲେ ଏହା ସାରା ରାଜ୍ୟରେ କାର୍ଯ୍ୟକାରୀ କରିବା ନେଇ ଆଗାମୀ ଦିନରେ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି।
ଏପରିକି ଦାଦନ ପ୍ରବଣ ପଶ୍ଚିମ ଓଡ଼ିଶା ରେ ମୁଖ୍ୟତଃ ସରକାର ରବିବାର ଦିନ ମଧ୍ୟ ଆହାର କେନ୍ଦ୍ର ଖୋଲା ରଖିବା ନିମନ୍ତେ ବିଭିନ୍ନ ମହଲ ରୁ ମତ ପ୍ରକାଶ ପାଉଛି
(ସନ୍ତୋଷ କୁମାର ନାଏକ )