-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
19-Feb-2023
ନାକଟିଦେଉଳ(କନ୍ଦର୍ପ ବେହେରା )- ନାକଟିଦେଉଳ ସ୍ଥିତ ଇ°ରାଜୀ ମାଧ୍ୟମ ଵିଦ୍ୟାଳୟ କେପସୁଲ୍ କିଡ଼ସ ସ୍କୁଲ ର ବାର୍ଷିକ ଉତ୍ସବ ଏକ ମନୋରମ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଵସର ରେ ଅଭିଭାବକ ସଭା, ଚିତ୍ରକଳା ପ୍ରଦର୍ଶନୀ ଓ ଶିଶୁ ଙ୍କ ସହିତ ଆଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ର ନିର୍ଦ୍ଦେଶକ ଡ଼ ଅମୁଲ୍ୟ ରତ୍ନ ମହନ୍ତ ଙ୍କ ସଭାପତିତ୍ଵ ଓ ଶିକ୍ଷୟତ୍ରୀ ଲିଳା ଅଗ୍ରବାଲା ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବରେ ଅଵସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ କୁମାର ପଟ୍ଟନାୟକ ଯୋଗ ଦେଇ ଇ°ରାଜୀ ଶିକ୍ଷା ତଥା ଇ°ରାଜୀ ମାଧ୍ୟମ ଵିଦ୍ୟାଳୟ ର ଭୂମିକା, ଶିଶୁ ର ମାନସିକତା ଓ ଶିଶୁ ଶିକ୍ଷା ର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷା ଦେଵସ୍ମିତା ମହନ୍ତ ଵାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରୀ ଶାଶ୍ବତୀ ସିଦ୍ଧା ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ସଙ୍ଗୀତା ସାହୁ ଓ ସୁନିତା ପ୍ରଧାନ ଙ୍କର ପରିଚାଳନା ରେ ଗୀତ, ନୃତ୍ୟ ଓ ଅଭିନୟ ପରିଵେଷିତ ହୋଇଥିଲା । ଏହି ସମାରୋହରେ ସାଂସଦ ଙ୍କ ପ୍ରତିନିଧି ପ୍ରମୋଦ ସାହୁ, ଯୁବ ନେତା ଧୀରେନ୍ ସାହୁ, ସିଆରସିସି ରଣଜିତ ସାହୁ, ମହେଶ୍ବର ପ୍ରଧାନ ଓ ଅଜିତ ପ୍ରଧାନ ଯୋଗ ଦେଇ ଥିଲେ । ସରଗ ର ଫୁଲ ତଥା ପରୀ ସଦୃଶ କୁନି କୁନି ଶିଶୁ ମାନଙ୍କର ନୃତ୍ୟ ଓ ଅଭିନୟ ଆକର୍ଷଣୀୟ ତଥା ଚିତ୍ତାକର୍ଷକ ହୋଇଥିଲା । ପୁର୍ବରୁ ଆୟୋଜିତ ଵିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।