-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
18-Feb-2023
ନାକଟିଦେଉଳ(କନ୍ଦର୍ପ ବେହେରା )-ସମ୍ବଲପୁର୍ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଗୁରୁବାର ଦିନ ଚନ୍ଦ୍ରଶେଖର ଜିଲ୍ଲା ସ୍କୁଲ ଠାରେ ମୋ ସ୍କୁଲ ଅଭିଯାନର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମୀନାରାଣୀ ମଙ୍ଗଳଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସମାରୋହରେ ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ୟକ୍ତି ଵିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅଵସରରେ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଵାପୁଜୀ ହାଇସ୍କୁଲ ଡଇଁଚା ର ପ୍ରଧାନ ଶିକ୍ଷକ କ୍ଷୀରୋଦ ପଣ୍ଡା ଓ ବଳମ କ୍ଲଷ୍ଟରର ସିଆରସିସି କେଦାରସନ୍ ସାହୁ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।