-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
17-Feb-2023
ବୌଦ୍ଧ(ଦୁର୍ଯ୍ଯୋଧନ ବିଶି )- ଜିଲ୍ଲା କଂଗ୍ରେସ ଦ୍ୱାରା ପୂର୍ବ ପ୍ରସ୍ତୁତି କାର୍ଯ୍ୟ ଖସଡ଼ା ମୁତାବକ ଆଜି ଜିଲ୍ଲାର ହରଭଙ୍ଗା ବ୍ଲକ ର ସରସରା ଗ୍ରାମ ପଂଚାୟତ ଏବଂ କଣ୍ଟମାଳ ବ୍ଲକ ଖଲିଆପାଲି ଗ୍ରାମପଂଚାୟତରେ ସ୍ଥାନୀୟ କଂଗ୍ରେସ ନେତୃମଣ୍ଡଳୀ ଙ୍କ ଦ୍ୱାରା "ହାତ ସେ ହାତ ଜୋଡୋ " କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି | ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ "ହାତସେ ହାତ ଜୋଡୋ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ୭ ନମ୍ୱର ଜୋନ ସଂଯୋଜକ ରହିତାଶ୍ଵ ବେହେରା, ବ୍ଲକ ସଂଯୋଜକ ପ୍ରତାପ ପଣ୍ଡା, କନଭେନର ସମରେନ୍ଦ୍ର ମହାକୁଡ଼, ପୌଲସ୍ତି ପ୍ରଧାନ,ନାରାୟଣ ବେହେରା, ଚିତ୍ତ ବେହେରା, ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର ଏବଂ ଜିଲ୍ଲା କଂଗ୍ରେସ ଉପ-ସଭାପତି ସମରେଶ ମିଶ୍ର ପ୍ରମୁଖ ହରଭଙ୍ଗା ବ୍ଲକ ସରସରା ଗ୍ରାମ ପଂଚାୟତ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ | ହରଭଙ୍ଗା ଅଞ୍ଚଳର ବହୁ ପୁରୁଖା କଂଗ୍ରେସ ନେତୃମଣ୍ଡଳୀ ଏହି ଯାତ୍ରାରେ ପ୍ରମୁଖ ପୁରୁଖା କଂଗ୍ରେସ ନେତୃମଣ୍ଡଳୀ ଯୋଗ ଦେଇ ଥିଲେ l