-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
15-Feb-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ବାଇକ୍ ବ୍ଲାଷ୍ଟ ରେ କାର୍ଯ୍ୟରତ ମେକନିକ୍ ଗୁରୁତର l ଆଜି
ଏପରି କିଛି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପଖଣ୍ଡ କୁର୍ଲି ଗାଁ ରେ l ସୂଚନାରୁ ପ୍ରକାଶ ଯେ, ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ କୁର୍ଲି ଗାଁ ର ଲକ୍ଷ୍ମୀକାନ୍ତ ପୁଟେଲ (୨୩) ବାଇକ୍ ସଜାଡୁ ଥିବା ବେଳେ ବାଇକ୍ ପ୍ଲକ୍ ରୁ ନିଆଁ ବାହାରିବା ସହ ବାଇକ୍ ଟି ବ୍ଲାଷ୍ଟ ହୋଇଯାଇଥିଲାା l ବାଇକ୍ ପାଖରେ କାର୍ଯ୍ୟରତ ମେକାନିକ ଲକ୍ଷ୍ମୀକାନ୍ତ ଏଥିରେ ଗୁରୁତର ଭାବେ ପୋଡି ଯାଇଥିଲେ l ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା I ତେବେ ଅବସ୍ଥା ସଙ୍ଗୀନ ଥିବାରୁ ଲକ୍ଷ୍ମୀକାନ୍ତଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ବୋର୍ଣ୍ଣ ୟୁନିଟ୍ ୬ରେ ଭର୍ତି କରାଯାଇଛି l