-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Feb-2023
ବୀରମହାରାଜପୁର ,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ଅଞ୍ଚଳର ଯୁବକବି ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରିଛି ରାଜ୍ୟର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ । ଟିଟିଲାଗଡର କଲ୍ୟାଣ ମଣ୍ଡପ ପରିସରରେ ୭୧ ତମ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ବସନ୍ତ ସାରସ୍ଵତ ମହୋତ୍ସବ ମହା ଆଡମ୍ବର ସହିତ ଆୟୋଜନ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ସୁବର୍ଣ୍ଣପୁର ଜିଲ୍ଲା ବିରମହରଜପୁର ଅଞ୍ଚଳର ଯୁବକବି ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ଟ୍ରଫି ଓ ମାନପତ୍ର ଦେଇ ମାଟିଲଗ୍ନା ମହାରଥୀ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଟିଟିଲାଗଡ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଏବଂ ଟିଟିଲାଗଡ ଡି ଏ ଭି କଲେଜର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଗୋବର୍ଦ୍ଧନ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସେହିପରି ଶ୍ରୀଯୁକ୍ତ ଗୁରୁଚରଣ ଦାସ, ଅତିରିକ୍ତ ଜନ ମଙ୍ଗଳ ଅଧିକାରୀ ଏବଂ ବରିଷ୍ଠ ବ୍ୟଙ୍ଗ କବି ଶ୍ରୀଯୁକ୍ତ ଟିକେଲାଲ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ପାଢ଼ୀ ବିବରଣୀ ପଠନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଗୋଦାବରୀ ଦାସ, ମହିଳା ମଞ୍ଚ ସଭାନେତ୍ରୀ ଶ୍ରୀମତୀ ଯମୁନା ଦାଶ, ମୁଖ୍ୟ ଉପଦେଷ୍ଟା ନୁରାବତୀ ସାହୁ, ଉପଦେଷ୍ଟା ନରସିଂହ ପ୍ରସାଦ ନାୟକ, କିଶୋର ଚନ୍ଦ୍ର ତ୍ରିପାଠୀ, ରାଷ୍ଟ୍ରୀୟ ସଂଯୋଜକ ବିନୟ କୁମାର ଦଣ୍ଡସେନା ଏବଂ ସମୀର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ସୁଶ୍ରୀ ସାଗରିକା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସୁଶ୍ରୀ ସ୍ଵାତୀ ସୁମନ ମହାପାତ୍ର ସ୍ଵାଗତ ଭାଷଣ, ଶ୍ରୀମତୀ ସୋଭଗିନୀ ନନ୍ଦ ଅତିଥି ପରିଚୟ ପ୍ରଦାନ ଏବଂ ରମେଶ ଚନ୍ଦ୍ର ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ ।