-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Feb-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
ପୁଲୱାମାରେ ୪୦ ଜଣ ସି.ଆର.ପି.ଏଫ୍. ଜବାନ୍ ଶହୀଦ ହୋଇଥିଲେ । ଆଜି ଚତୁର୍ଥ ବର୍ଷ ପୂର୍ତ୍ତିରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ନେଲସନ୍ ମଣ୍ଡେଲା ଛକ ସ୍ଥିତ ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ "ସେବା" ଅନୁଷ୍ଠାନ ସଭାପତି ଅମର ତାଣ୍ଡିଆ ସଂଯୋଜନା କରିଥିବା ବେଳେ ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ବରିଷ୍ଠ ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ଉପଦେଷ୍ଟା ପ୍ରମୋଦ ସେଠ୍, ଶ୍ରମିକ ନେତ୍ରୀ ସସ୍ମିତା ଦୀପ୍, ଲିଲିମା ମଲ୍ଲିକ, ପଙ୍କଜିନୀ ପ୍ରଧାନ, ଇନ୍ଦ୍ରଜିତ ବାରିକ, ଅରବିନ୍ଦ ପାଣିଗ୍ରାହୀ, ମାନସ ସାହୁ, ସନଥ୍ ବେହେରା, ଶୁଭମ୍ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।