-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Feb-2023
ବଲାଙ୍ଗୀର/ଟିଟିଲାଗଡ, ରକ୍ତଦାନ ଜୀବନ ଦାନ, ରୂପେ ପରଗଣିତ ଏହି ମହତ ଦାନକୁ ନେଇ ସ୍ଥାନୀୟ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ମହାବୀର ପଞ୍ଚାୟତ ଧର୍ମଶାଳାରେ ପୁଲବାମା ଆତଙ୍କବାଦ ପରି ଘଟଣାରେ ଶହୀଦ ହୋଇ ଥିବା ବିର ଯବାନ ମାନଙ୍କୁ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି।ଟିଟିଲାଗଡ ନାଗରିକ ମଞ୍ଚ ତତଫରୁ ଆୟୋଜିତ ଏହି ରକ୍ତ ଦାନ ଶିବିରକୁ ସ୍ଥାନୀୟ
ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଆନୁଷ୍ଠାନିକ ଭାବରେ ଫିତା କାଟି ଉଦଘାଟନ କରି ଥିଲେ ଓ ସଭାର ସଭାପତିତ୍ୱ କରି ଥିଲେ ମଞ୍ଚ ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ।ଉକ୍ତ ଶିବିରରେ ସର୍ବମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇ
ଥିଲା।ନାଗରିକ କମିଟି ସଭାପତି ଶ୍ରୀ ପାଢ଼ୀ ସଭାପତିତ୍ବ କରିଥିବା ବେଳେ ଅନେକ ସ୍ବେଛାସେବୀ ସଂଗଠନ ସଦସ୍ୟଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସଭାପତି ମୋହନ ଲାଲ୍ ଜୈନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।