-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ରେଙ୍ଗାଲି ବ୍ଳକର ଲଇଡା ସ୍ଥିତ ସର୍ବପୂରାତନ ଦୂତିକା ସାହୁ କଲେଜରେ ଶୁକ୍ରବାର ପ୍ରତିଷ୍ଠାତା ଦୂତିକା ସାହୁଙ୍କ ପ୍ରତିମୂର୍ତି କଲେଜ ପରିସରରେ ଉନ୍ମୋଚିତ ହୋଇଯାଇଅଛି। ଏହି ପ୍ରତିମୂର୍ତି କୁ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ ଓ ଦୂତିକା ସାହୁଙ୍କ ପୁତ୍ର ସଚିନ୍ଦ୍ର ସାହୁ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ପ୍ରତିମୁର୍ତି କୁ ଅଧ୍ୟାପକ ଜୟନାରାୟଣ ଶତପଥୀ ପୂଜାର୍ଚନା କରିଥିଲେ। ଏହି ଅବସରରେ କଲେଜର ଅଧ୍ୟକ୍ଷ ଡ. ବସନ୍ତ ନାଏକ , ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାଥୁଆ, ପୂର୍ବତନ ପରିଚାଳନା କମୀଟିର ସଭ୍ୟ - ସଭ୍ୟା ତଥା ବରିଷ୍ଠ ସାମ୍ବାଦିକ ହରିହର ନାଥ, ସରୋଜ ପୂଜାରୀ, ସୁଦେଶ୍ନା ନାଏକ, କ୍ରିସ୍ନା ସାହୁ, ନମିତା ପଟେଲ , ଅଧ୍ୟାପକ ପ୍ରଫୁଳ ଭୋଇ, ଅଲେଖ ଦ୍ବିବେଦୀ, ବିଶ୍ବନାଥ ପଟେଲ, ପ୍ରଶାନ୍ତ ପଟେଲ , ଶ୍ରୀକାନ୍ତ ପଟେଲ , ଅଶୋକ ପ୍ରଧାନ ତଥା ସମସ୍ତ ଅଧ୍ୟାପକ କୋଭିଡ ନିୟମ ଅନୁସାରେ ଉପସ୍ଥିତ ଥି୍ଲେ।