-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
04-Feb-2023
ପଦ୍ମପୁର (ପ୍ରେରଣା ଖବର)
୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ହୋଇଥିବା ସରକାରୀ ବୃତ୍ତି ପରୀକ୍ଷାରେ ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଛାତ୍ର ଶ୍ରୀମାନ ଶୋଭିତ ସାହୁ ପଞ୍ଚମ ଶ୍ରେଣୀରେ ପ୍ରଥମ ସ୍ଥାନ ଏବଂ ଶ୍ରୀମାନ ସ୍ବାଗତ ସାହୁ ତୃତୀୟ ଶ୍ରେଣୀରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଯୋଗ୍ୟ ବିବେଚିତ ହୋଇଛନ୍ତି। ଦୁଇ ଭାଇ ପଦ୍ମପୁର ନିକଟସ୍ଥ ବୁଡେନ୍ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ସାହୁଙ୍କର ନାତି ଅଟନ୍ତି । ଦୁଇ ଭାଇ ତାଙ୍କର ଏହି ସଫଳତା ପାଇଁ ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଗୁରୁମା ଓ ପରିବାର ବର୍ଗଙ୍କୁ ସମସ୍ତ କୃତିତ୍ଵର ଶ୍ରେୟ ଦେଇଛନ୍ତି।