-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2023
ବୌଦ୍ଧ(ଦୁର୍ଯ୍ଯୋଧନ ବିଶି) -ବୌଦ୍ଧ ସଦର ବ୍ଲକ ଲକ୍ଷ୍ମୀ ପ୍ରାସାଦ ପଂଚାୟତ ଜଗତି ହାଇ ସ୍କୁଲ ଖେଳ ପଡିଆ ଠାରେ ଐତିହାସିକ ଗନ୍ଧରାଢୀ ଲୋକ କଳା ମହୋତ୍ସବ ନିମନ୍ତେ ଶୁଭ ଖମ୍ବ ସ୍ଥାପନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନ ସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ , ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ଯ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୌଦ୍ଧ ବ୍ଲକ ବିଡ଼ିଓ
ଅବିନାଶ ପାଣ୍ଡିଆ, ବୌଦ୍ଧ ଏନ୍ ଏ ସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର,୭ ନ ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନା ରାଣୀ ସାହୁ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶାଙ୍କ ଶେଖର ମିଶ୍ର, କଣ୍ଟାମାଳ ବ୍ଲକ ସରପଞ୍ଚ ସଂଘ ସଭାପତି ସାର୍ଦୁଲ ନାଗ, ହରଭଙ୍ଗା ବ୍ଲକ ସରପଞ୍ଚ ସଂଘ ସଭାପତି ନିହାର ରଞ୍ଜନ ଘୋଷ,ଲକ୍ଷ୍ମୀ ପ୍ରାସାଦ ପଂଚାୟତ ସରପଞ୍ଚ ଭାରତୀ ପୁରୋହିତ, ବୌଦ୍ଧ ବ୍ଲକ ସରପଞ୍ଚ ସଂଘ ସଭାପତି ଅରୁଣ କୁମାର ବାଘ, ତେଲିବନ୍ଧ ସରପଞ୍ଚ ରତ୍ନାକର ବେହେରା, ଭୈରବୀ ମହୋତ୍ସବ କମିଟି ସମ୍ପାଦକ ତଥା ପୁରୁଣକଟକ ସରପଞ୍ଚ ଅଶୋକ କୁମାର ସେଠୀ,ମୁଣ୍ଡିପଦର ସରପଞ୍ଚ ପ୍ରତିନିଧି ମହେନ୍ଦ୍ର ପ୍ରଧାନ, ପଦ୍ମନ ପୁର ସରପଂଚ ସ୍ୱୋଦାମିନି ବାରିକ,ଜଗତୀ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଦେହୁରୀପ୍ରମୁଖ ଅଂଶ ଗ୍ରହଣ କରି ମହୋତ୍ସବ ନିମନ୍ତେ ସଂପୂର୍ଣ୍ଣ ସୋହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଏଥିରେ ସଭାପତିତ୍ବ କରିଥିଲେ କମିଟିର
ସଭାପତି ଅଶୋକ କୁମାର ସାହୁ, ଉପ ସଭାପତି ମନୋରଂଜନ ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିଲେ l କମିଟି ସମ୍ପାଦକ ଶମ୍ଭୁ ଗିରି ସଂପାଦକୀୟ ବିବରଣୀ ପଠନ ସହିତ ମଞ୍ଚ ପରିଚାଳନା କରିଥିଲେ l ଅନ୍ୟତମ ଉପସଭାପତି ବିଦ୍ୟାଧର ସ୍ଵାଇଁ, କାର୍ଯ୍ୟକାରୀ ସଦସ୍ୟ ସପ୍ନେଶ୍ୱର ମହାନ୍ତି, ଅକ୍ଷୟ କୁମାର ସ୍ଵାଇଁ, ସୁଧାଂଶୁ ଶେଖର ମିଶ୍ର, କୃତ୍ତି ବାସ ପଲିଆ, ଭୋଲାଗିରି ସାହୁ, ସୁଶିଲ କୁମାର ପାଣିଗ୍ରାହୀ, ମନୋଜ ଗୁରୁ, ସ୍ଵାଧୀନ କୁମାର ପରିଡ଼ା ପ୍ରମୁଖ ମଞ୍ଚାଶିନ ଥିଲେ l ଶେଷରେ ସହ ସମ୍ପାଦକ ସ୍ୱାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l