-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
29-Jan-2023
ତୁରୁଞ୍ଜିଆଗୁଡା ଶିବ ମନ୍ଦିର ରେ ହିନ୍ଦୁ ମହାସଂଘ ର ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମହାସଂଘ ର ଆଇନ ପରାମର୍ଶଦାତା ଅରୁଣ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ବିଶିଷ୍ଟ ଅତିଥି ଭାବେ ସଂଯୋଜକ ନରସିଂହ ତ୍ରିପାଠୀ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଓ ପ୍ରବକ୍ତା ଚିନ୍ମୟୀ ସାହୁ, ଭବାନୀ ବାହିନୀ ପ୍ରମୁଖ ଜୟଶ୍ରୀ ନାୟକ, ରାଜ୍ୟ ଉପ ସଭାନେତ୍ରୀ ବବିତା ସାହୁ, ସାଧାରଣ ସଂପାଦିକା ମିନତୀ ପଟ୍ଟନାୟକ, କୃଷକ ମହାସଂଘ ସଭାପତି ହିମାଂଶୁ ଶେଖର ବସନ୍ତିଆ , ମାର୍ଗଦର୍ଶକ ବିଦ୍ୟୁତ୍ ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂପାଦକ ଉମାକାନ୍ତ ବିଷୟୀ, ଅବିଭକ୍ତ କୋରାପୁଟ ଜିଲ୍ଲା ସାଧାରଣ ସଂପାଦକ ରବୀନ୍ଦ୍ର ପ୍ରସାଦ ପାଳ, ଅବିଭକ୍ତ କୋରାପୁଟ ଉପସଭାପତି ଅଭିମନ୍ୟୁ ସୁନା, ନବରଙ୍ଗପୁର ଜିଲ୍ଲା ସଭାପତି ରାଜେନ୍ଦ୍ର ନେଗୀ , କୋରାପୁଟ ଜିଲ୍ଲା ସଭାପତି ଅରୁଣ ବେହେରା, ଜୟପୁର ନଗର କାର୍ଯ୍ୟକାରୀ ସଭାପତି ଅଭି ନାୟକ, ଗୀତାଞ୍ଜଳୀ ମହାପାତ୍ର, ନିବେଦିତା ଭାରତୀ ଏବଂ ମିଡ଼ିଆ ସଂଯୋଜକ ଗୋରା ହରିଜନ ଯୋଗଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମିଡ଼ିଆ ସଂଯୋଜକ ସବ୍ୟସାଚୀ ଭରତିଆ, ଯୁବ ହିନ୍ଦୁ ମହାସଂଘ ର ଥବିର ପନକା, ନିହାର ବିଷୟୀ, ତିଳୋତ୍ତମା ଗଣ୍ଡ, ଭାଷ୍କର ପନକା, ବିନଦ ହରିଜନ, ସତ୍ୟ ବିଷୟୀ, ଶଙ୍କର ମାଝୀ, ଅପୁର୍ବ ବିଶ୍ବାସ, ସନ୍ତୋଷ ସାହୁ, ହିମାଂଶୁ ନାୟକ, ମହେନ୍ଦ୍ର ପାତ୍ର,ତ୍ରୀନାଥ ସିଂ, ପିତାମ୍ବର ନାୟକ, ସଦନ ସୌରା ସହ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସୁରେନ୍ଦ୍ର କୁମାର ପଣ୍ଡା ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରାଇ ଥିଲେ।ରିପୋଟ ମିହୀର ଶଙ୍କର ପାତ୍ର,ନବରଙ୍ଗପୁର