-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Jan-2023
ଧମା(ସଂଜୀବ ପାଣିଗ୍ରାହୀ)
ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀ ବୈଠକ ଆୟୋଜିତ ହୋଇଯାଇଛି। ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଉଭୟ ପ୍ରତ୍ୟକ୍ଷ ଓ ଆଭାଷୀ ମାଧ୍ଯମରେ ଆୟୋଜିତ ହୋଇଥିବା ଏହି ବୈଠକରେ ସମୁଦାୟ ୨୪୪ ଜଣ ଅଭିଭାବକ ଅଂଶଗ୍ରହଣ କରିଥିଲେ। ଏଥିରେ ଅଧ୍ୟାପକ ରବିନ୍ଦ୍ରନାରାୟଣ ଠାକୁର ଓ ଅଧ୍ୟାପିକା ମିନତି ଦାଶ ଶିକ୍ଷଣ ଓ ସହ ପାଠ୍ୟକ୍ରମ ବିଷୟ ଉପରେ ଆଲୋଚନା କରିଥିବା ବେଳେ ଅଧ୍ୟାପିକା ସ୍ମାରକୀ ମାହାର କେରିୟର କାଉନ୍ସିଲିଂ ଉପରେ,ଶ୍ରେଣୀରେ ଉପସ୍ଥାନ ଉପରେ ଡ. ସିଦ୍ଧାର୍ଥ ପଣ୍ଡା ଓ ଅଧ୍ୟାପିକା ସ୍ୱାତୀ ପତି, ମୋ ସ୍କୁଲ ଅଭିଯାନ ଓ ପୂରାତନ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଅଧ୍ୟାପକ ରବିଶଙ୍କର ହୋତା ଓ ଅନ୍ତର୍ଯ୍ୟାମି ମହାକୁର,ରେଗିଂ ବିରୋଧି ପରିସର ଉପରେ ଅଧ୍ୟାପକ ସତ୍ୟନାରାୟଣ ଦାଶ ଓ ବ୍ୟାସଦେବ ପଣ୍ଡା,ବିଭିନ୍ନ ସରକାରୀ ସ୍କୋଲାରସିଫ୍ ଉପରେ ପାଠଗାରିକ ସଂଗ୍ରାମ କେଶରୀ ମିଶ୍ର ଓ ଶିକ୍ଷା ଡେମୋଷ୍ଟ୍ରେଟର ମୌସୁମୀ ଷଢଙ୍ଗୀ ଆଲୋଚନା କରିଥିବା ବେଳେ ଅଧ୍ୟାପିକା ଦୀପ୍ତିରେଖା ପଣ୍ଡା,ଖେଳ ପ୍ରଶିକ୍ଷକ ରାମ କୁମାର ସାହୁ ଓ ପଦାର୍ଥ ବିଜ୍ଞାନ ଡେମୋଷ୍ଟ୍ରେଟର ସୁଶୀଳ କୁମାର ବାଗ ପଞିକରଣ ଦାୟିତ୍ୱ ତୁଲାଇ ଥିଲେ। ଅଧ୍ୟାପକ ବନୋଜ କୁମାର ସାହୁ ଓ ଅଧ୍ୟାପିକା ଆନନ୍ଦିନୀ ପଣ୍ଡା ଅଭିବାଭକମାନଙ୍କ ଠାରୁ ପ୍ରତ୍ୟୁତ୍ତର ଗ୍ରହଣ କରିଥିଲେ। ସର୍ବଶ୍ରୀ ଭାଗିରଥୀ ନାରାୟଣ,ଭବାନୀ ପ୍ରଧାନ,ପୀତାମ୍ବର ସାହୁ,ସତ୍ୟନାରାୟଣ ବାରିକ ପ୍ରମୁଖ ଅଭିବାଭକମାନେ ଛାତ୍ରଛାତ୍ରୀଙ୍କ ସମସ୍ୟାମାନ ଉପସ୍ଥାପନ କରି ଆଲୋଚନାରେ ଭାଗ ନେଇଥିଲେ। ସୁଶ୍ରୀତ ଷଢଙ୍ଗୀ,ଜୀବର୍ଦ୍ଧନ ସେଠ,ପ୍ରମୋଦ ଲହରିଆ,ଚୈତନ୍ଯ ସେନାପତି ପ୍ରମୁଖ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶେଷରେ ଅଧ୍ୟାପିକା ଆନନ୍ଦିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।