-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ରେ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

27-Jan-2023



ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ରାମଧୁନ , ସକାଳ ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତ ଫେରି ,ବିଭିନ୍ନ ସରକାରୀ ,ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଗାନ୍ଧୀ ନଗରପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି , କଚେରୀ ଛକ ସ୍ଥିତ ଡ଼ ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ,ଗାନ୍ଧୀ ଭବନ

ସମ୍ମୁଖସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଚଞ୍ଚଳ ରାଣା, ପୌର ପରିଷଦ ର ଅଧ୍ୟକ୍ଷା ଲିକା ସାହୁ ,ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂର୍ବାହ୍ନ ଘ ୮॰ ୩୦ ମି ସମୟରେ ସ୍ଥାନୀୟ ମନୋହରପୁର ରିଜର୍ଭ ପୋଲିସ ପଡିଆ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ର ଆନୁଷ୍ଠାନିକ ଉତ୍ସବରେ ଓଡିଶା ର ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ର ନିରୀକ୍ଷଣ କରିଥିଲେ ଓ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ସମବେତ ଜନତା ଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ, ସ୍ଵାଧୀନତା ସଂଗ୍ରାମ ରେ ବଳିଦାନ ଦେଇଥିବା ଅଗଣିତ ସ୍ଵାଧୀନତା ଓ ମହାନ ଦେଶଭକ୍ତ ମାନଙ୍କ ଉଦ୍ଦେଶ୍ୟ ରେ ଶ୍ରାଦ୍ଧଞ୍ଜଳି ଜ୍ଞାପନ କରିବା ସହ ସ୍ଵାଧୀନତା ସଂଗ୍ରାମରେ ବଲାଙ୍ଗୀର ଜିଲ୍ଲାର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ କାର୍ଯକାରୀ ହେଉଥିବା ବହୁ ଅଭିନବ ଓ ଜନ କଲ୍ୟାଣକାରୀ ଯୋଜନା ଗୁଡିକର ସଠିକ କାର୍ଯାନ୍ଵୟନ ଯୋଗୁଁ ବିକାଶ ର ଧାରା ଅବ୍ୟାହତ ରହିଛି ବୋଲି ମତବ୍ୟକ୍ତ କରିବା ସହ ଉଚ୍ଚ ଶିକ୍ଷା ବ୍ୟବସ୍ଥା ,ବିପର୍ଯ୍ୟୟ ପରିଚାଳନା , ଷ୍ଟାର୍ଟ ଅପ ,କ୍ରିଡା ଓ କ୍ରୀଡାବିତ ଙ୍କୁ ପ୍ରୋତ୍ସାହନ, ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରିକରଣ ,ମୋ ସରକାର ଉପକ୍ରମ ସମ୍ପର୍କରେ ରାଜ୍ୟ ସରକାରଙ୍କ ସଫଳ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ବଲାଙ୍ଗିର ଜିଲ୍ଲାର ସାମଗ୍ରିକ ବିକାଶକୁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି ବୋଲି ମତବ୍ୟକ୍ତ କରିବା ସହ ବଲାଙ୍ଗିର ଜିଲ୍ଲାରେ କାର୍ଯକାରି ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ଜନହିତକର କାର୍ଯକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶିକ୍ଷା ସଂସ୍କୃତି ସମେତ କଳା ,ପର୍ଯ୍ୟଟନ ,ଭିତ୍ତିଭିମି ,ଗମନାଗମନ, ଶିଳ୍ପ, କୃଷି,ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲା ର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ  । ଏ ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ଠାପର ଉଦ୍ୟମ ଜାରି ରହିଛି ଏବଂ ବହୁ କ୍ଷେତ୍ରରେ ଜିଲ୍ଲାର ବିକାଶ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି  । ବଲାଙ୍ଗିର ଜିଲ୍ଲାର ବିକାଶକୁ ଆହୁରି ଆଗକୁ ନେବାକୁ ଏବଂ ଏହାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାକୁ ଆମ ସମସ୍ତଙ୍କୁ ମିଳିତ ପ୍ରୟାସ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଆହ୍ଵାନ ଦେଇଥିଲେ । ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହ ର ଆନୁଷ୍ଠାନିକ ପ୍ୟାରେଡ ରେ ଏପିଆର ,ହୋମଗାର୍ଡ ,ପୋଲିସ ବ୍ୟାଣ୍ଡ ,ଏନସିସି,ସ୍କାଉଟ,ଗାଇଡ, ରେଡକ୍ରସ ଓ ସିଭିଲିଆନ ଦଳ ଙ୍କୁ ମିଶାଇ ମୋଟ ୩୯ ଗୋଟି କଣ୍ଟିଜେଣ୍ଟ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡ ପ୍ରତିଯୋଗିତା ରେ ଉଚ୍ଚକୋଟିର ପ୍ୟାରେଡ ପ୍ରଦର୍ଶନ କରି  ବିଭିନ୍ନ ବର୍ଗରେ କୃତିତ୍ଵ ହାସଲ କରିଥିବା କଣ୍ଟିଜେଣ୍ଟ ଗୁଡିକୁ ମୁଖ୍ୟ ଅତିଥି ସିଲ୍ଡ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ସ୍ତରରେ ଅନୁଷ୍ଠିତ ସ୍ଵାଧୀନତା ସଂଗ୍ରାମୀ ବେଶ, ଚିତ୍ରାଙ୍କନ, ଓଡିଆ, ଇଂରାଜୀ ପ୍ରବନ୍ଧ ଲିଖନ , ବକ୍ତୃତା, ହିନ୍ଦୀ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ ର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ସାଧାରଣତନ୍ତ୍ର ଦିବସ ମହାସମାରୋହ ରେ ଆଇଡ଼ିଏମ ପବ୍ଲିକ ସ୍କୁଲ, ଏକାଡ଼େମିକ ହାଇଟ ପବ୍ଲିକ ସ୍କୁଲ, ବ୍ଲୁଜୁମ କନସେପ୍ଟ ସ୍କୁଲ  ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସଂସ୍କୃତିକ

କାର୍ଯକ୍ରମ ପରିବେଷଣ କରି ପୁରସ୍କୃତ ହୋଇଥିଲେ । ଜିଲ୍ଲା ସ୍ତରୀୟ ପ୍ୟାରେଡ ଉତ୍ସବରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା କୃଷି  ବିଭାଗ, ଜିଲ୍ଲା ଶ୍ରମ  ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ପ୍ୟାରେଡ ଉତ୍ସବରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଅଭିବାଦନ ମଞ୍ଚରେ ଉପସ୍ଥିତ ଥିବାବେଳେ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ,ବଲାଙ୍ଗୀର ପୌରାଧ୍ୟକ୍ଷ୍ୟା ଲିକା ସାହୁ ,୧୮୯ ବାଟାଲିଆନ ସିଆରପିଏଫ ର କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟା ରେ ଜନସାଧାରଣ ଉପସ୍ଥିତ ଥିଲେ    । ପ୍ୟାରେଡ ଉତ୍ସବ ପରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଜିଲ୍ଲା କାରାଗାର ଯାଇ କାରାଗାର ର ଅନ୍ତେବାସୀ ମାନଙ୍କୁ ରୋଟାରୀ କ୍ଲବ ଅଫ ବଲାଙ୍ଗିର ଦ୍ଵାରା ପ୍ରଦତ୍ତ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ । ପରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥିତ ରକ୍ତ ଭଣ୍ଡାର ଯାଇ ଜିଲ୍ଲା ସାମ୍ବାଦିକ ସଂଘ ଆନୁକୁଲ୍ୟରେ ଆୟୋଜିତ ରକ୍ତ ଦାନ ଶିବିରର ଉଦଘାଟନ କରିବା ସହ ଚିକିତ୍ସାଧୀନ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ । ସେଠାରୁ ମୁଖ୍ୟ ଅତିଥି ପୁଇଁତଲା ବ୍ଲକ କାର୍ୟାଳୟ ଠାରେ ଜିଲ୍ଲା ରେଡକ୍ରସ ସୋସାଇଟି ଦ୍ଵାରା ଆୟୋଜିତ ବସ୍ତ୍ର ବଣ୍ଟନ କାର୍ଯକ୍ରମରେ ଯୋଗଦେଇ କୁଷ୍ଠ କଲୋନୀ ର ଅନ୍ତେବାସୀ ମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅପରାହ୍ନ ରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲାପାଳ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ସମସ୍ତ କାର୍ଯକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like