-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2023
ପଦ୍ମପୁର:( ପ୍ରେରଣା ଖବର)
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି । ଶ୍ରୀଯୁକ୍ତ ପୃଥିରାଜ ସାହୁ ସ୍ଥାନୀୟ ସଭାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ପ୍ୟାରେଡ଼ ରେ ଅଭିଭାଦନ ଗ୍ରହଣ କରିଥିଲେ ।ଚୈତନ୍ୟ ଭୋଇ ଗୁରୁଜୀ ସ୍ୱାଗତ ଭାଷଣ ଦେଇଥିଲେ ଓ କଲ୍ୟାଣୀ ଗୁରୁମା କର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ଶିଶୁ ମନ୍ଦିର ବିଭାଗ ରେ ଶ୍ରୀଯୁକ୍ତ ଜନକଲାଲ ମେହେର ସମ୍ପାଦକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ପତାକା ଉତ୍ତୋଳନ କରି ପ୍ୟାରେଡ଼ ରେ ଅଭିଭାଦନ ଗ୍ରହଣ ପୂର୍ବକ ଉପସ୍ଥିତ ଅଭିଭାବକ ଅଭିଭାବିକା ତଥା ଶିଶୁ ମାନଙ୍କୁ ସାଧାରଣତନ୍ତ୍ର ଦିବସ ର ମହତ୍ତ୍ଵ ପ୍ରତିପାଦନ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଚିତ୍ରା ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ।ଶେଷରେ ସୁଶ୍ରୀ ମିନତି ପଟ୍ଟନାୟକ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା