-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||     

HOME   ଜିଲ୍ଲା

ଜଳିଲା କୁହୁଳୁଥିବା ପାଉଁଶତଳର ନିଆଁ ! ମନରେଗା ମଜୁରୀ ହେରଫେର !

18-Jan-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଦାଦନଶ୍ରମିକ ଚାଲାଣ ରୋକିବା ଲକ୍ଷ୍ୟରେ ଆରମ୍ଭହୋଇଥିବା  ନିଶ୍ଚିତ ଗ୍ରାମୀଣ କର୍ମଯୋଗାଣ ଯୋଜନା ମନରେଗା ଏବେ ଦିଗହରା । ଗତ ୨୦୦୬ରୁ ଆରମ୍ଭ ଏହି ଦୀର୍ଘମିଆଦୀ କେନ୍ଦ୍ରୀୟ ଯୋଜନାର ଲକ୍ଷ୍ୟ ବ୍ୟାହତ ହେବା ମୂଳରେ ଉପରୁ ତଳ ପର୍ଯ୍ୟନ୍ତ ସରକାରୀ ବନାମ ପ୍ରଶାସନିକ ପରିଚାଳନାଗତ ବିଭ୍ରାଟ ଓ ବିଫଳତା ସ୍ବରୂପ  ଗରିବ ଦିନମଜୁରିଆଙ୍କ ମଜୁରୀ ବର୍ଷ ବର୍ଷ ଧରି  ଦିଆ ନଯାଇ ହେରଫେର କରାଯାଇଛି । ଏହି ଅଭିଯୋଗର ତଦନ୍ତ

ମଧ୍ୟ କରାଯାଉନାହିଁ । ଏଣୁ  ଗତ ୧୬ ତାରିଖଦିନ ଖପ୍ରାଖୋଲବ୍ଲକ୍ ରେ ଶତାଧିକ ଶ୍ରମିକ ବ୍ଲକ୍ ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରି ତୁମୁଳକାଣ୍ଡ ଭିଆଇଛନ୍ତି । ବିଳମ୍ବିତ ରାତିପର୍ଯ୍ୟନ୍ତ ନିଆଁ ଜାଳି ଉତ୍ତ୍ଯକ୍ତ ମହିଳା ଓ ପୁରୁଷ ଶ୍ରମିକମାନେ ରାସ୍ତା ଅବରୋଧ କରିଥିଲେ । ଶେଷରେ ପୁଲିସ୍ ସହାୟତାରେ ବିଡିଓ , ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ସମାଧାନର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ।

ଘଟଣାରୁ ପ୍ରକାଶ ଯେ , ଗତବର୍ଷ ମହରାପଦର ପଞ୍ଚାୟତର ସର୍ଗିପାଲି ଗ୍ରାମର ଶ୍ରମିକମାନେ ମନରେଗା ଯୋଜନାରେ ମାଟିକାମ କରି ମଜୁରୀ ପାଇ ନଥିଲେ । ଅଭିଯୋଗ ଅନୁଯାୟୀ , ଉକ୍ତ ଗ୍ରାମର ଉପରଡ୍ୟାମ୍ ରୁ ବାନ୍ଧନବାହାଲି ପର୍ଯ୍ୟନ୍ତ ୭୨ ଜଣ ଗ୍ରାମବାସୀ ଦିନମଜୁରିଆ ଶ୍ରମିକ ଏହି ପ୍ରକଳ୍ପରେ ମାଟିକାମ କରି ମଜୁରୀ ପାଇ ନ ଥିଲେ । ତେବେ ଏଥିରେ ୧୨୦ ଜଣ ଶ୍ରମିକ କାମ କରିଥିବା ଦର୍ଶାଯାଇ ନକଲି ଶ୍ରମିକଙ୍କ ନାଁ'ରେ ଟଙ୍କା ଉଠାଇ ନିଆଯାଇଥିବା ଓ ଅଳ୍ପ ଟଙ୍କା ସେମାନଙ୍କ ପାସ୍ ବୁକ୍ ରେ ପକାଯାଇ ହେରଫେର କରାଯାଇଥିବା ଏହି ଶ୍ରମିକମାନେ ପରେ ଜାଣିବାକୁ ପାଇ ଅଭିଯୋଗ କରିଥିଲେ ।  ଆହୁରି ମଧ୍ୟ ଜଣାପଡିଛି ଯେ ସରକାରୀଜମିରେ ଏହି ମନରେଗା ପ୍ରକଳ୍ପଟି ମଧ୍ୟ କରାଯାଇଛି । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଗତ ଡିସେମ୍ବର ୧୬ ତାରିଖରେ ସେମାନେ ବିଡିଓ ଏବଂ ଗତ ୧୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ପ୍ରକାଶ । ଏଥିରେ ଏଥିପାଇଁ ସେମାନେ ସରପଞ୍ଚ , ପିଇଓ ଓ ଜିଆରଏସ୍ ପ୍ରମୁଖଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେବେ ଏହାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ , କୌଣସି ପଦକ୍ଷେପ ନିଆ ନଯିବାରୁ ଶେଷରେ ପ୍ରଶାସନିକ ଅବହେଳାର ପ୍ରତିବାଦରେ ଶ୍ରମିକମାନେ ଏଭଳି କାଣ୍ଡ ସୃଷ୍ଟି କରିଥିବା ପ୍ରକାଶ । 

ଶତାଧିକ ଶ୍ରମିକ ବିଡିଓଙ୍କ ଅନୁପସ୍ଥିତିରେ ତାଙ୍କ ଅଫିସ୍ କୁ ଧସେଇ ପଶି ଝର୍କା , ଟେବୁଲ୍ ଚୌକି , ଟିଭି , ନେମ୍ ପ୍ଲେଟ୍ ଆଦି ଭଙ୍ଗାରୁଜା କରି ତାଣ୍ଡବଲୀଳା ସୃଷ୍ଟି କରିଥିବା ଦେଖାଯାଇଛି । 

ଅନୁସନ୍ଧାନରୁ ଅଞ୍ଚଳର କେତେକ ବିରୋଧୀ ଓ ଉଗ୍ରବାଦୀ ପ୍ରବୃତ୍ତିର କୁଜିନେତା ଶ୍ରମିକଙ୍କ ଏହି ପୁଞ୍ଜିଭୂତ ଅସନ୍ତୋଷକୁ ଉ ସ୍ କା ଇ ଥିବା ଜଣାଯାଇଛି । ତେବେ ଏହି ମାଓପ୍ରବଣ ଅଞ୍ଚଳରେ ଏଭଳି କାଣ୍ଡକାରଖାନା ଆଦୌ ସ୍ପୃହଣୀୟ ନୁହେଁ ।  ପ୍ରଶାସନର ଏତାଦୃଶ ଉଦାସୀନତା ବା ଅବହେଳା ବାରୁଦଗଦାରେ ଅଗ୍ନିସଂଯୋଗ କରିବାକୁ ଫୁଙ୍କ ମାରିଲା ଭଳି କଥା ବୋଲି କୁହାଯାଉଛି । ବିଡିଓ ଓ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ପ୍ରକାଶ । ଆଗାମୀ ୧୯ ତାରିଖରେ ଏହାର ସମାଧାନ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ବିଭାଗରେ ଏହି ମନରେଗା ଯୋଜନାରେ ନକଲି ଶ୍ରମିକ ଓ ମିଥ୍ୟା ଶ୍ରମିକଙ୍କୁ ଦର୍ଶାଇ ଦାୟିତ୍ୱରେ ଥିବା ତଳିଆଠୁଁ ଉପରିସ୍ଥ ଅଧିକାରୀମାନେ ଲକ୍ଷ ଲକ୍ଷ ଟଙ୍କାର ହେରଫେର କରୁଥିବାର ଅଭିଯୋଗ ଉଠିଆସୁଛି । ପ୍ରକୃତରେ ଜିଲ୍ଲାରେ ଲକ୍ଷାଧିକ ଦାଦନଶ୍ରମିକ ବାହାରକୁ ପଳାଇଲେଣି ଓ ସରକାର ସେମାନଙ୍କୁ ପଠାଇବାକୁ ଶ୍ରମବିଭାଗ ଜରିଆରେ ଲାଇସେନ୍ସ ଦେଉଛନ୍ତି । ଏହି ବାହାନାରେ ଅଧିକ ସଂଖ୍ୟକ ବେଆଇନ ଚାଲାଣ ବୃଦ୍ଧି ପାଇଛି । ସେହିପରି ମନରେଗା ଯୋଜନାରେ କରାଯାଉଥିବା ଚାରିପ୍ରକାର କାମ , ଦାଦନପ୍ରବଣ ୫ ଟି ବ୍ଲକରେ ଅଧିକ ମଜୁରୀ ପ୍ରଦାନ , ଉପରୁ ଟାର୍ଗେଟ୍ ର ଚାପ ସହ  ପ୍ରକଳ୍ପ ନିମନ୍ତେ ସ୍ଥାନାଭାବ ଇତ୍ୟାଦି ବାସ୍ତବତା ପ୍ରତି ସରକାର ସଚେତନ ନୁହଁନ୍ତି । ତେଣୁ ଶ୍ରମିକମାନେ କାମ ମାଗିବା ପରିବର୍ତ୍ତେ ଏହା ବସ୍ତୁତଃ ମିଛମନରେଗାରେ ପରିଣତ ହେବାକୁ ବାଧ୍ୟ ହୋଇଛି । ଏହାର ସମାଧାନ ହେବ କିପରି  ?


News Comment




Photo in News

Advertisment
Lastest News
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026

You Might Also Like