-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||     

HOME   ଜିଲ୍ଲା

ସରକାରୀଚାଉଳର କଳାବଜାର- କାରଖାନା ବଲାଙ୍ଗୀର ! ବଦନାମରାଜା ଧରାଇଦେଇଛନ୍ତି ଚୋରଙ୍କ ହାତରେ ଚାବିକାଠି !

17-Jan-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ଅବିଭକ୍ତ ବଲାଙ୍ଗୀରଜିଲ୍ଲା ବା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ପାଲଟିଛି ସରକାରୀଚାଉଳ କଳାବଜାରର କାରଖାନା । କିଛିଦିନତଳେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ୍ ର ଅରିଗାଁ ପିଇସି ଗୋଦାମରେ ୧୦ ହଜାର କୁଇଣ୍ଟାଲରୁ ଅଧିକ ଚାଉଳକୁ କଳାବଜାରରେ ବିକିଦେଇ ଧରାପଡିବାରୁ ବିଭାଗୀୟ ଯୋଗାଣ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ନିଆଁ ଲଗାଇ ପୋଡିଦିଆଯିବା ପରେ  ତତ୍ କ୍ଷଣାତ୍ ଡିଲରମାନଙ୍କଠାରୁ କାଟି ଗୋଦାମରେ ଭରଣା କରିଦେବା ସହ ଜିଲ୍ଲା ବାହାରର ଭଦ୍ରକ ଅଞ୍ଚଳର ଗୋଦାମ ମାଲିକ ଗୋଦାମର ଜମି ୩ ଜଣ ବାହାରଲୋକଙ୍କ ନାଁ'ରେ ରାତାରାତି ବିକ୍ରି କରିଦେଇ ଫେରାର୍ ମାରିବା ଘଟଣା ଚାଞ୍ଚଲ୍ଯ ଖେଳାଇ ଦେଇଥିବାବେଳେ , ବଲାଙ୍ଗୀର ଜିଲ୍ଲାର  ଯୌନକେଳେଙ୍କାରୀ ସମେତ ବିଭିନ୍ନ ଦୁର୍ନୀତି ଅଭିଯୁକ୍ତ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମୀର୍ ଅଲ୍ଲୀ ରାଜା ବାଛି ବାଛି ଜିଲ୍ଲାର ପୂର୍ବଅସାଧୁ ମିଲର୍ ମାନଙ୍କୁ ଚଳିତବର୍ଷର ଚାଉଳକୁଟାଇବା ଟାର୍ଗେଟ୍ ଦେଇ ଥିବା ଅଭିଯୋଗ ପ୍ରକାଶ ପାଇଛି ।  ଏଥି ମଧ୍ୟରୁ କଣ୍ଟାବାଞ୍ଜିର ବଂସଲ୍ ମିଲ୍ , ବେଲପଡା ଅଞ୍ଚଳର ଶ୍ୟାମଜୀ ରାଇସ୍ ମିଲ୍ , ବଲାଙ୍ଗୀର ନିକଟସ୍ଥ ଓଡିଆପାଲି ରାଇସ୍ ମିଲ୍ , ଟିଟିଲାଗଡ ଅଞ୍ଚଳର କେତେକ ମିଲ୍ , ତୁଷୁରାର ଜଣେ କୁଖ୍ୟାତ ଚୋରାଗଞ୍ଜେଇ ଚାଲାଣ ଅଭିଯୋଗରେ ଜେଲ୍ ଯାଇଥିବା ନିରଞ୍ଜନ କେଡିଆ -ବିନୋଦକେଡିଆ -ବିକାଶ  କେଡିଆବ୍ରଦର୍ସଙ୍କ ଏକାଧିକ ବିବଦମାନ ରାଇସ୍ ମିଲ୍  ଓ ଅନ୍ୟାନ୍ୟ ମିଲ୍ ଗୁଡିକ ଅନ୍ତର୍ଭୁକ୍ତ । ତୁଷୁରାର ଏହି କେଡିଆଭାଇମାନଙ୍କ ପାଖରେ କିଛିବର୍ଷତଳେ କିଛି ନଥିଲା । କିନ୍ତୁ ବର୍ଷକେଇଟାରେ ସେମାନେ ଏକାଧିକ ମିଲ୍ କରିପକାଇଲେ । ଏଥିମଧ୍ୟରେ ଟେବଡାମୁଣ୍ଡାର ସମଲେଇ ପେଡି ପ୍ରସେସିଂର ବିନୋଦ କେଡିଆ ଗତବର୍ଷ ଏକ ପ୍ରଭାବଶାଳୀ ମିଡିଆର ଜଣେ ମହିଳା ଜିଲ୍ଲା ପ୍ରତିନିଧିଙ୍କୁ ମିଲ୍ ଭିତରେ ଦୁର୍ବ୍ଯବହାର ପ୍ରଦର୍ଶନ କରିବା ଘଟଣା ତୁଷୁରାଥାନା ପର୍ଯ୍ୟନ୍ତ ଯାଇ ଚପାଇ ଦିଆଯାଇଥିଲା । ଏବେ ମଧ୍ୟ ଏହି ମିଲ୍ ର କାର୍ଯ୍ୟକଳାପ ସନ୍ଦେହଜନକ । ଟିକେ ଟିକେ କଥାରେ କଲେକ୍ଟରକୁ ଫୋନ୍ କରୁଛି କହି ଏହି ମିଲମାଲିକ ଡରାନ୍ତି । ସେହିପରି ବେଲପଡା ଚାଚେରବେଙ୍ଗର ଏକ ପରିତ୍ୟକ୍ତ ଗ୍ରାଫାଇଟ୍ ଫ୍ୟାକ୍ଟରୀରେ ଚାଉଳକଳ କରିଥିବା କଣ୍ଟାବାଞ୍ଜିର ଜନୈକ କଲେକ୍ଟରଙ୍କ ଭାଇ ମଧ୍ୟ  ବିଭିନ୍ନ ସନ୍ଦେହଜନକ କାର୍ଯ୍ୟକଳାପରେ ସମ୍ପୃକ୍ତ ବୋଲି ଶୁଣାଯାଏ ଓ ସେ ମଧ୍ୟ କଥାକଥାକେ ତାଙ୍କ ବଡଭାଇଥିବା କଲେକ୍ଟରଙ୍କ ନାଁ' ଧରିଥା'ନ୍ତି । ଏଥିସହ ବିଭିନ୍ନ ସମୟରେ ଏକାଧିକବାର ବଡ ବଡ ଚାଉଳ ଦୁର୍ନୀତିରେ ଧରାପଡି ଖସିଯାଉଥିବା ବେଲପଡା- କଣ୍ଟାବାଞ୍ଜି ରାସ୍ତାରେ ଥିବା ସଲଣ୍ଡି ନିକଟସ୍ଥ ଶ୍ୟାମଜୀ ରାଇସ୍ ମିଲ୍ ଓ କଣ୍ଟାବାଞ୍ଜିର ବଂଶଲ୍ ରାଇସ୍ ମିଲ୍ ବିରୁଦ୍ଧରେ ବିଭିନ୍ନ ସମୟରେ ଅଭିଯୋଗ ପ୍ରକାଶପାଇ ଆସୁଛି । ବଲାଙ୍ଗୀର ସହର ନିକଟସ୍ଥ ଓଡିଆପାଲି ରାଇସ୍ ମିଲ୍ ମଧ୍ୟ ବିଭିନ୍ନ ସମୟରେ ବିବାଦୀୟ ହୋଇ ଦୁର୍ନୀତି କରୁଥିବା ଅଭିଯୋଗ ପ୍ରକାଶ ପାଇଛି । ଏଣୁ ତଥାପି ଜିଲ୍ଲାପାଳଙ୍କର ସୁନାପିଲା ପାଲଟିଥିବା ଏହି ବିବାଦୀୟ ଅଭିଯୁକ୍ତ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମୀର୍ ରାଜା ଅଲ୍ଲୀ ଜାଣିଶୁଣି ଉପରୋକ୍ତ ଅସାଧୁ ମିଲର୍ସମାନଙ୍କୁ ଅଧିକ ଚାଉଳ ସଂଗ୍ରହର ଟାର୍ଗେଟ ଦେଇଥିବା ଚର୍ଚ୍ଚା ହେଉଛି ।  କିଛିଦିନ ପୂର୍ବରୁ ଏକ କେନ୍ଦ୍ରୀୟ କମିଟି ବଲାଙ୍ଗୀର ଆସି କେତେକ ଗୋଦାମ ଓ ମିଲ୍ ରେ ଯାଞ୍ଚ କରି ଖାଦ୍ୟଅନୁପଯୁକ୍ତ ଚାଉଳର ରିପୋର୍ଟ ଦେଇଯାଇଥିଲେ । ଏହି ରିପୋର୍ଟର ଫଳାଫଳ କଣ ହେଲା , ଜଣାପଡିଲା ନାହିଁ ।  ଏଣୁ କୌଣସି ନିରପେକ୍ଷ କେନ୍ଦ୍ରୀୟ  ଭିଜିଲାନ୍ ସ  ଯାଞ୍ଚ କମିଟି ଏହାର ତଦନ୍ତ କରିବାକୁ ଜନସାଧାରଣ ସରକାରଙ୍କ ନିକଟରେ ଦାବି କରନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026

You Might Also Like