-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
17-Jan-2023
ପୁଇଁତଳା ( ପ୍ରେରଣା ଖବର) ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ଷୋହଳତମ ଚନ୍ଦ୍ରକାନ୍ତି ମେମୋରିଆଲ ବାର୍ଷିକ କ୍ରୀଡାର ଉଦଯାପନୀ ଉତ୍ସବରେ ପରିଚାଳନା କମିଟିର ସଭାପତି ଶ୍ୟାମ ସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଉତ୍ସବର ଲକ୍ଷ୍ୟ ତଥା ବିବରଣୀ ପାଠ
କରିଥିଲେ | ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ କ୍ରୀଡା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ଅଭିବୃଦ୍ଧି ପାଇଁ ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ | ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ସମୟାନୁବର୍ତ୍ତିତା, ଉଚ୍ଚାକାଂକ୍ଷୀ, ଆନ୍ତର୍ନିହିତ ଗୁଣର ବିକାଶ କରିବାଉପରେ ଛାତ୍ର ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ | ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦୁର୍ବାଦଳ ମିଶ୍ର, ବନ୍ଧପଡା ସରପଞ୍ଚ ଗାୟତ୍ରୀ ଦୋରା,ସମିତିସଭ୍ୟା ନୀରିମା ଅମାତ ଯୋଗଦେଇ ଛାତ୍ର
ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ | ପରିଚାଳନା କମିଟିର ସଭ୍ୟ ବୃନ୍ଦାବନ ନାଏକ , ବିଦ୍ୟାଳୟର କିରାଣୀ ଅଜିତ କୁମାର ଗୁରୁ, ସୁଧୀର ଅମାତ, ଗଜିନ୍ଦ୍ର ନାଏକ , ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସଭା କାର୍ଯ୍ୟରେ ସହଯୋଗ କରିଥିଲେ | ବାଳକ ଓ ବାଳିକା ବର୍ଗରେ ଆଠଟି ଲେଖାଏଁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ହୋଇଥିଲା, ଅତିଥି ବୃନ୍ଦ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ମେଡାଲ ସହ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ | ବାଳିକା ବିଭାଗରେ ହଁନସିନି ବାଗ ଓ ବାଳକ ବିଭାଗରେ ପ୍ରେମରାଜ ବସ୍ତିଆ ବିଜୟୀ ହୋଇ ଚମ୍ପିୟାନସ ଟ୍ରଫି ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ | ସଭା ଶେଷରେ ସଂସ୍କୃତ ଶିକ୍ଷକ ସଂକୀର୍ତନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ |