-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2023
ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)--ସୁବର୍ଣ୍ଣପୁର ରାମପୁର ତହସିଲ ଅନ୍ତର୍ଗତ କପାସିରା ଠାରେ ଆଜି ମହିଳା ଭୀମସେନୀ ଟିମ୍ ଗଠନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୀମସେନା ରାଜ୍ୟ ମହିଳା ସଭାନେତ୍ରୀ ମଞ୍ଜୁ କୁମ୍ଭାର, ସମ୍ମାନିତ ଅତିଥି ଭାବେ ଡୁଙ୍ଗୁରିପାଲି ବ୍ଲକ ବହୁଜନ ସମାଜ ପାର୍ଟୀର ସଭାପତି ମିଳନ କୁମ୍ଭାର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୀମସେନା ରାଜ୍ୟ ପ୍ରଭାରୀ ନରେନ୍ଦ୍ର ରାବଣ, ଉପସଭାପତି କାମେଦ ସୁନା, ସୋନପୁର ପ୍ରଭାରୀ ପ୍ରଫୁଲ୍ଲ କୁମ୍ଭାର ଡୁଙ୍ଗୁରିପାଲି ବ୍ଲକ ଛାତ୍ର ସଂଘ ସଭାପତି ଅଚୁତ୍ୟ ବିଭାର, ନିର୍ଦ୍ଦେଶକ ଖଗେଶ୍ୱର କୁମ୍ଭାର ଉପସ୍ଥିତ ଥିଲେ । ମହିଳା ଭିମସେନୀର ସଭାନେତ୍ରୀ ଭାବେ ଅଞ୍ଜନା ନାଗ, ଲଲିତା ମହାନନ୍ଦ ସଂପାଦିକା, ସଦସ୍ୟ ଭାବରେ ଅଶ୍ମିତା ନାଗ, ପଦ୍ମା ନାଗ ଉପସ୍ଥିତ ଥିଲେ ।ଶେଷରେ ସୁଲୋଚନା ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।